ପୁରୀ : ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୋଧରେ ପୁରୀ ଥାନାରେ ଏତଲା । ଜଗନ୍ନାଥ ମନ୍ଦିରକୁ ନେଇ ୱେବେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ସିଂହଦ୍ୱାର ଥାନାରେ ଓୱେସୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ଓୱେସୀଙ୍କ ବୟାନକୁ ଉଭୟ ନିନ୍ଦା କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ୱେବେସୀ କହିଥିଲେ ପୂର୍ବରୁ ଜଗନ୍ନାଥଙ୍କ ମନ୍ଦିର ହୋଇଥିବା ସ୍ଥାନ ବୌଦ୍ଧସ୍ଥଳୀ ଥିଲା ବୋଲି ସେ କହିଥିଲେ । ପରେ ତାକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି ହୋଇଥିବା ସେ କହିଥିଲେ । ଓୱେସୀଙ୍କ ଏପରି ବୟାନ ଦଙ୍ଗା ଭଳି ପରିସ୍ଥିତି ଉପୁଜାଇପାରେ ବୋଲି ଦୁଇ ସଂଗଠନ କହିଛନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଜ୍ଞାନ ନଥିବା ତଥା ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ଓୱେସୀ ଯେଭଳି ଜଗନ୍ନାଥ ମନ୍ଦିର ନିର୍ମାଣ ଉପରେ ବିବାଦୀୟ ଟିପ୍ପଣୀ ରଖିଛନ୍ତି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଜଣେ ସାଂସଦ ହୋଇ ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି ତାହା ଅତ୍ୟନ୍ତ ବିପଦଜନକ ।
ତୁରନ୍ତ ସାଂସଦ ଅସଦୁଦିନ ଓୱେସୀଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ନେଇ ଗିରଫ ନକଲେ ଅଗାମୀ ଦିନ ଜଗନ୍ନାଥ ପ୍ରେମୀ ରାଜ ରାସ୍ତାକୁ ଆସି
ବିରାଟ ଆନ୍ଦୋଳନ କରାଯିବ ।
rame>
Comments are closed.