Latest Odisha News

BREAKING NEWS

ପୁରୁଷଙ୍କ ପାଇଁ ସିଗାରେଟ ଟାଣିବା ଆଣିପାରେ ଭୟଙ୍କର ବିପଦ!

 ପଢ଼ନ୍ତୁ କଣ କୁହନ୍ତି ବୈଜ୍ଞାନିକ

ଭୁବନେଶ୍ବର: ଆପଣ ସିଗାରେଟ ଟାଣୁଛନ୍ତି କି? ଯଦି ହଁ ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ । ଏହା ଆମେ କହୁନୁ ବୈଜ୍ଞାନିକମାନେ ଗବେଷଣାରୁ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି  । ପରୀକ୍ଷାରୁ ଜଣାପଡିଛି ଯେ ଯେଉଁ ପୁରୁଷମାନେ ସିଗାରେଟ ଟାଣନ୍ତି ସେମାନଙ୍କ ଠାରେ ଅକାଳ ମୃତ୍ୟୁ ଏବଂ ହାଡରେ ଫାଟ ସୃଷ୍ଟି ହୋଇ ଅସହ୍ୟ ଯନ୍ତ୍ରଣା ଭୋଗକରିଥାନ୍ତି । କାରଣ  ବିଶେଷ କରି ଯେଉଁମାନେ ସିଗାରେଟ ଟାଣନ୍ତି ସେହି ପୁରୁଷମାନଙ୍କ  କ୍ଷେତ୍ରରେ ଏହା ଅଧିକ ଦେଖାଯାଇଥାଏ  । ଯେଉଁମାନେ ସିଗାରେଟ ଟାଣନ୍ତି ସେମାନଙ୍କ  ହାଡ ଦିନକୁ ଦିନ ଦୁର୍ବଳ ହୋଇଥାଏ  ଏବଂ ବୈଜ୍ଞାନିକଙ୍କ କହିବା କଥା ସେମାନଙ୍କ ହାଡରେ ଫାଟ ସମ୍ଭାବନା  ଅଧିକ ଦେଖାଦେଇଥାଏ ।

ଆପଣମାନେ ଜାଣନ୍ତି ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ  ବହୁତ କ୍ଷତିକାରକ  । ସିଗାରେଟ ଟାଣିବା ଶ୍ବାସକ୍ରିୟା ରୋଗ , ଫୁସଫୁସ ରୋଗ ଏବଂ ଗଳା କର୍କଟ ସମେତ ଅନେକ ରୋଗ ପାଇଁ ଦାୟୀ  ହୋଇଥାଏ । ତଥାପି ସାରା ବିଶ୍ବରେ ପ୍ରତିଦିନ କୋଟି କୋଟି ଲୋକ ସିଗାରେଟ ଟାଣିଥାନ୍ତି । ସେମାନଙ୍କୁ ଏହି କଥା କହିଲେ ସେମାନେ ନାନା ଯୁକ୍ତି ଦେଇଥାନ୍ତି ଏବଂ ଉପହାସ କରି କଥାକୁ ଉଡାଇଦେଇ ପୁଣି ସିଗାରେଟ ଟାଣିଥାନ୍ତି ।

ତେବେ ବୈଜ୍ଞାନିକମାନେ ଗବେଷଣା ପରେ ଏହି ନିର୍ଯ୍ୟାସରେ ପହଁଚିଛନ୍ତି ଯେ ସାଧାରଣତଃ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଧୂମପାନ କରିଥାନ୍ତି  । ଆଉ ପୁରୁଷମାନଙ୍କଠାରେ  ହାଡ ଫାଟିବା ମହିଳାଙ୍କ ଅପେକ୍ଷା ଅଧିକ ଦେଖାଦେଇଥାଏ । ଏହା ସହ ଧୂମପାନ କରୁଥିବା ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଅକାଳ  ମୃତ୍ୟୁର ମଧ୍ୟ ଶିକାର ହୋଇଥାନ୍ତି ।  ରିସର୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଧୂମପାନ ହେଉଛି ଅଷ୍ଟିଓପୋରୋସିସ୍ ରୋଗର ମୂଳ କାରଣ । ଏହାଦ୍ବାରା ହାନ ଭାଙ୍ଗିଯିବାରୁ  ରୋଗୀଟି ଗଭୀର ଯନ୍ତ୍ରଣା ପାଇଥାଏ ।

ନେଭାଡା ୟୁନିଭରସିଟି, ଲାସ୍ ଭେଗାସ୍ (ୟୁଏନ୍ଏଲ୍ ଭି) ର ବୈଜ୍ଞାନିକମାନେ ଅନୁସନ୍ଧାନରୁ ଏହା ହିଁ ଜାଣିବାକୁ ପାଇଛନ୍ତି । ସେମାନଙ୍କ ନୂତନ ଅଧ୍ୟୟନ ଅନୁଯାୟୀ, ପୁରୁଷ ଧୂମପାନକାରୀ, ଯେଉଁମାନେ ମହିଳାଙ୍କ ଅପେକ୍ଷା ଅଧିକ ଧୂମପାନ କରନ୍ତି ସେମାନେ ଅଷ୍ଟିଓପୋରୋସିସ୍, ହାଡ ଭଙ୍ଗା ଏବଂ ଶୀଘ୍ର ମୃତ୍ୟୁମୁଖରେ ପଡିଥାନ୍ତି ।

ବୈଜ୍ଞାନିକମାନେ 27 ଟି ରିସର୍ଚ ପବ୍ଲିକେସନରେ ଗତ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ  ପ୍ରାୟ 30,000 ହାଡ଼ ଭାଙ୍ଗିବା ମାମଲାକୁ ଅଧ୍ୟୟନ କରାଯାଇ ବୈଜ୍ଞାନିକମାନେ ଅନେକ ବିଶ୍ଳେଷଣ କରିଛନ୍ତି । UNLV ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି  ଯେ ଯେଉଁମାନେ ଧୂମପାନ କରୁଛନ୍ତି ସେମାନଙ୍କ  ହାଡ ଭାଙ୍ଗିବାର ଆଶଙ୍କା 37 ପ୍ରତିଶତ ଅଧିକ ରହୁଛି ।  ମେଟା-ଆନାଲିସିସ୍ , ବୈଜ୍ଞାନିକ ରିପୋର୍ଟ ପତ୍ରିକାରେ ନିକଟରେ ପ୍ରକାଶିତ ସମସ୍ତ ରିପୋର୍ଟରେ ଏହାହିଁ କୁହାଯାଇଛି । ଯେଉଁଥିରେ ସିଗାରେଟ ଟାଣିବା ଦ୍ବାରା ହାତଗୋଡ, କାନ୍ଧ, ମଣିବନ୍ଧ, ବାହୁର ତଳ ଅଂଶ, ତଳ ଗୋଡ ଏବଂ ମେରୁଦଣ୍ଡ ସହିତ ଶରୀରର ଅନ୍ୟ ଅଂଶରେ  ହାଡ ଫାଟିବାର ସମ୍ଭାବନା ଅଧିକ ଥାଏ ।

କେବଳ ସେତିକି ନୁହେଁ ଧୂମପାନ କରିବା ଦ୍ୱାରା ମେରୁଦଣ୍ଡରେ ଫାଟ ସମ୍ଭାବନା ବୃଦ୍ଧି ପାଇଥାଏ, ପୁରୁଷମାନଙ୍କ ମଧ୍ୟରେ ଗଣ୍ଠିରେ ଫାଟ ହୋଇ ଅଧିକ ଯନ୍ତ୍ରଣା ହୋଇଥାଏ ।  ଅନୁସନ୍ଧାନକାରୀମାନେ ପୂର୍ବ ଅଧ୍ୟୟନର ତଥ୍ୟକୁ ଅନ୍ତର୍ଭୁକ୍ତ କରି କହିଛନ୍ତି ଯେ ଧୂମପାନ କରିବା ଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ମେରୁଦଣ୍ଡର ଫାଟ ସହ ଗଣ୍ଡିରେ ଫାଟ ହେବାର ସମ୍ଭାବନା ଯଥାକ୍ରମେ 32 ପ୍ରତିଶତ ଏବଂ 40 ପ୍ରତିଶତକୁ ବୃଦ୍ଧି ପାଇଥାଏ। ରିସର୍ଚରୁ ଜଣାପଡିଛି ଯେ ଆହତ ପୁରୁଷ ଧୂମପାନକାରୀଙ୍କ ମଧ୍ୟରୁ 21 ପ୍ରତିଶତରୁ 37 ପ୍ରତିଶତ ସେମାନଙ୍କ ହାଡ ଭାଙ୍ଗିବାର ଏକ ବର୍ଷ ମଧ୍ୟରେ ମରିଯାଆନ୍ତି  ।

ଲାସ୍ ଭେଗାସ୍, ନେଭାଡା ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ, ଗବେଷଣା କରିଥିବା ରିସର୍ଚ  ମୁଖ୍ୟ  କୁଇଙ୍ଗ ଓୁ କହିଛନ୍ତି ଯେ ଧୂମପାନ ହେଉଛି ଅଷ୍ଟିଓପୋରୋସିସ୍ ଏବଂ ହାଡ଼ ଭାଙ୍ଗିବାର ମୂଳ କାରଣ ।  ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ଅଧିକ ଧୂମପାନ କରନ୍ତି, ସେଥିପାଇଁ ପାରମ୍ପରିକ ଭାବେ ଅଷ୍ଟିଓପୋରୋସିସ୍ ପୁରୁଷମାନଙ୍କଠାରେ ଅଧିକ ଦେଖାଦେଇଥାଏ ।

ଓୁ ଆହୁରି  ମଧ୍ୟ କହିଛନ୍ତି ଯେ ଧୂମପାନ ଦ୍ୱାରା କଙ୍କାଳ ଭାଙ୍ଗିବାର ଆଶଙ୍କା ଏଇଥିପାଇଁ ଅଧିକ ଥାଏ । କାରଣ  ସିଗାରେଟରେ ଥିବା ରାସାୟନିକ ପଦାର୍ଥ ହାଡର କୋଷ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ  । ପୁଣି ଶରୀରର ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଶୋଷିବା କ୍ଷମତାକୁ ହ୍ରାସ କରି ଦେଇଥାଏ ।  ଯାହାକି  ହାଡର ଖଣିଜ ସାନ୍ଦ୍ରତା ପାଇଁ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଅଟେ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଧୂମପାନ  ଆଘାତ ହୋଇଥିବା ବ୍ୟକ୍ତି ପାଇଁ ଅଧିକ ବିପଦ । କାରଣ ଧୂମପାନ  ଟିସୁ ମରାମତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ, ଯାହାଫଳରେ ଶରୀରର କ୍ଷତରେ ଅଧିକ ସଂକ୍ରମିତ ହୋଇଥାଏ ଏବଂ  ଆରୋଗ୍ୟକୁ ପ୍ରତିରୋଧ କରିଥାଏ  ।

ଗବେଷକମାନେ ପୁରୁଷମାନଙ୍କୁ ସିଗାରେଟ ଟାଣିବାବେଳେ ଏଥିପାଇଁ ଅଧିକ ଧ୍ୟାନ ଦେବା ସହ ସତର୍କ ରହିବାକୁ  ପରାମର୍ଶ ଦେଇଛନ୍ତି । କାରଣ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅନେକ ରୋଗ ଏବଂ  ଅକ୍ଷମତା ସହ  ଅକାଳ ମୃତ୍ୟୁ ପାଇଁ  ସିଗାରେଟ ଟାଣିବା ପ୍ରମୁଖ କାରଣ ହୋଇଥାଏ ।

ଗବେଷକମାନେ ରିସର୍ଚ କରିବା ପରେ ଏହା ମଧ୍ୟ  ଲେଖିଛନ୍ତି ଯେ, ଧୂମପାନ ହେଉଛି ଆମେରିକାରେ ଅଧିକାଂଶ ପୁରୁଷଙ୍କଠାରେ ରୋଗ, ଅକ୍ଷମତା ଏବଂ ମୃତ୍ୟୁର ଏକମାତ୍ର  କାରଣ ।  ଧୂମପାନ ବନ୍ଦ କରିବା ଦ୍ୱାରା ସମସ୍ତ ଧୂମପାନକାରୀ, ବିଶେଷକରି ପୁରୁଷମାନଙ୍କ ମଧ୍ୟରେ ହାଡ଼ଭଙ୍ଗାର ଯନ୍ତ୍ରଣା ପ୍ରତିଶତ କମିଯାଇପାରିବ । ଏବଂ ପୁରୁଷମାନେ ଯୁବାବସ୍ଥାରେ ଅକାଳ ମୃତ୍ୟୁରୁ ବଂଚିଯିବେ । ଏହା ସହ ଯେଉଁମାନେ ଧୂମପାନ କରୁନାହାଁନ୍ତି ସେମାନେ ବାର୍ଧକ୍ୟ ବେଳେ  ହାଡ଼ ଗଣ୍ଡି ଯନ୍ତ୍ରଣା ଅନୁଭବ କରିବେ ନାହିଁ ।

Leave A Reply

Your email address will not be published.