Latest Odisha News

BREAKING NEWS

ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ନିଶାସକ୍ତ ଓ୍ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ଜେଲ୍ କର୍ମଚାରୀ ହାତାହାତି ହୋଇଛନ୍ତି । ୨ ସହକର୍ମୀଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଜେଲକୁ ଡ୍ୟୁଟି କରିବାକୁ ଆସିଥିଲେ ।

ସେ ନିଶାରେ ଥିବାରୁ ଅନ୍ୟମାନେ ବାରଣ କରିଥିଲେ । ଏଥିରେ ରାଗିଯାଇ ଅଶୋକ ଥାଟି ୨ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜେଲର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଅଶୋକଙ୍କୁ କାବୁ କରିବା ସହ ଧନୁପାଲି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଜେଲ୍ ୱାର୍ଡର ଅଶୋକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.