Latest Odisha News

BREAKING NEWS

ଆଶାରାମ ବାପୁଙ୍କୁ କରୋନା, ଯୋଧପୁର ହସ୍ପିଟାଲ ଆଇସିୟୁରେ ଭର୍ତ୍ତି

ଯୋଧପୁର: ଜେଲରେ ଥିବା ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ କରୋନା । ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବିଗିଡ଼ିଥିଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଯୋଧପୁର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସହ ଜେଲର ୧୨ ଜଣ କଏଦୀ ବି କରୋନା ସଂକ୍ରମିତ ହୋଇଛନ୍ତି ।

ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଷ୍କର୍ମ ମାମଲାରେ ଏବେ ଆଶାରାମ ବାପୁ ଯୋଧପୁର ଜେଲରେ ସଜା କାଟୁଛନ୍ତି । ୨୦୧୩ ମସିହାରେ ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି ।

Leave A Reply

Your email address will not be published.