ନୂଆଦିଲ୍ଲୀ: ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର୍ । ଆଉ ସେଥିପାଇଁ ଏଥର ମହିଳାଙ୍କୁ କରୁଛି ଢାଲ । ଜୈଶ୍-ଏ-ମହମ୍ମଦ ସଂଗଠନରେ ମହିଳାଙ୍କୁ ଭର୍ତ୍ତି କରାଯିବା ପରେ ଏବେ ସେମାନଙ୍କୁ ଅନ୍ଲାଇନ୍ ଦିଆଯିବ ଶିକ୍ଷା…ଶିକ୍ଷା ପୁଣି ଆତଙ୍କବାଦୀ ହେବା ପାଇଁ…ସେଥିପାଇଁ ଆତଙ୍କବାଦୀ ସଂଗଠନ ମହିଳାଙ୍କଠାରୁ ୧୫୬ ଟଙ୍କା ଲେଖାଏଁ ଆଦାୟ ମଧ୍ୟ କରୁଛି ।
ଆତଙ୍କବାଦୀ ସଂଗଠନ ପାଣ୍ଠି ଜମା କରିବା ଏବଂ ଭର୍ତ୍ତି କରିବା ପାଇଁ ଏକ ଅନଲାଇନ କୋର୍ସ ଆରମ୍ଭ କରିଛି । ଯାହାକୁ ଅଲ୍-ମୁମିନତ୍ର ନାଁ ଦିଆଯାଇଛି । ଜୈଶ୍ ନେତାଙ୍କ ପରିବାରର ମହିଳା, ପ୍ରତିଷ୍ଠାତା ମସୁଦ ଅଜହର ଏବଂ ତା’ କମାଣ୍ଡରମାନଙ୍କ ସମ୍ପର୍କୀୟ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସେହି ମହିଳାମାନଙ୍କୁ ଜିହାଦ ଓ ଇସ୍ଲାମ ସନ୍ଦର୍ଭରେ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ଶିଖାଯିବ । ଭର୍ତ୍ତି ଅଭିଯାନ ଅନଲାଇନ କରାଯିବ…ଏହା ନଭେମ୍ବର ୮ ତାରିଖରୁ ଆରମ୍ଭ ହେବ…ଏଥିରେ ପ୍ରତିଦିନ ୪୦ ମିନିଟ୍ ଲେଖାଏଁ ଏ ସମ୍ପର୍କିତ ଶିକ୍ଷାଦାନ କରାଯିବ…ସବୁଠୁ ବଡ଼ କଥା ହେଉଛି, ଏହାର ନେତୃତ୍ବ ମସୁଜ ଅଜହରର ଦୁଇ ଭଉଣୀ ସାଦିୟା ଅଜହର ଏବଂ ସମୈରା ଅଜହର କରିବେ…
ତେବେ ସେହି ଅନଲାଇନ କୋର୍ସରେ ମହିଳାମାନଙ୍କୁ ଜମାତ୍-ଉଲ୍-ମୁମିନତ୍ରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯିବ… ସୂତ୍ର ଅନୁସାରେ, ମସୁଦର ଭଉଣୀ ସାଦିୟା ଅଜହରକୁ ଜମାତ୍ର କମାଣ ସମ୍ଭାଳିବାକୁ କୁହାଯାଇଛି…ସାଦିୟାର ସ୍ବାମୀ ୟୁସୁଫ ଅଜହର, ଅପରେସନର ସିନ୍ଦୂର ସମୟରେ ପ୍ରାଣ ହରାଇଥିଲା…ସେହିପରି ପହଲଗାମ ଆକ୍ରମଣକାରୀ ଉମର ଫାରୁକର ପତ୍ନୀ ଅଫ୍ରିର୍ ଫାରୁକକୁ ମଧ୍ୟ ଏହି ଅନଲାଇନ କୋର୍ସ ଅଭିଯାନରେ ସାମିଲ କରିଛି ଜୈଶ୍ ଆତଙ୍କବାଦୀ ସଂଗଠନ…ଅନ୍ୟପଟେ ମସୁଦ ଅଜହର ଡୋନେସନ୍ ଅଭିଯାନକୁ ମଧ୍ୟ ତୀବ୍ର କରିଛି..
ଗତ ମାସରେ ବହାବଲପୁରରେ ମର୍କଜ୍ ଉସ୍ମାନ୍ ଓ ଅଲୀରେ ଶେଷ ଥର ପାଇଁ ସାର୍ବଜନୀକ ସମ୍ବୋଧନ କରିଥିଲା ମସୁଦ ଅଜହର…ତା’ର ଭାଷଣ ପରେ ଜୈଶ୍ ଆଡମିଶନ କରୁଥିବା ମହିଳାଙ୍କଠାରୁ ଭାରତୀୟ ମୁଦ୍ରାରେ ୧୫୬ ଟଙ୍କା ଲେଖାଏଁ ଆଦାୟ କରୁଛି…ଏହାସହ ସେହି ମହିଳାମାନଙ୍କଠାରୁ ଏକ ଅନ୍ଲାଇନ୍ ଫର୍ମ ମଧ୍ୟ ପୂରଣ କରାଉଛି ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ।
BREAKING NEWS
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ
- ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
- ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା ଅଲମ୍ପିକ ଟିକେଟ୍
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

Comments are closed.