Latest Odisha News

BREAKING NEWS

ପୁରୀକୁ ଫେରିଲା କରୋନା ଆତଙ୍କ; ବ୍ୟାପକ ପଦକ୍ଷେପ ଗ୍ରହଣ କଲେ ପ୍ରଶାସନ

ପୁରୀ: ଏବେ ପୁରୀ ସହରରେ ପୁଣି ଦେଖାଦେଇଛି କରୋନା ଆତଙ୍କ । ପୁରୀ ଜିଲ୍ଲାରେ ଦୀର୍ଘ ୩୭ ଦିନ ପରେ ପୁଣି ଥରେ ଫେରିଛି କରୋନା । ପୁରୀସହରରୁ ରବିବାର ସନ୍ଧ୍ୟାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା  ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ସମୁଦ୍ରକୂଳ  ରେଣୁକା ଗଳି ମହାଦେବ ଲେନରୁ ପଶ୍ଚିମବଙ୍ଗ ଫେରନ୍ତା ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ବୟସ ଯଥାକ୍ରମେ ୫୮ ଓ ୧୯  ବର୍ଷ ।

ଅଧିକ ପଢନ୍ତୁ- କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଆକ୍ରାନ୍ତ ଦ୍ୱୟ  ୫ ତାରିଖଦିନ କାର ଯୋଗେ ପଶ୍ଚିମବଙ୍ଗରୁ ପୁରୀ ଆସି ସମୁଦ୍ର କୂଳ ରେଣୁକା ଲେନର ଏକ ହୋଟେଲରେ ରହିଥିଲେ ।

୭ ତାରିଖ ଦିନ କରୋନା  ଟେଷ୍ଟ ପାଇଁ ତାଙ୍କ ସ୍ୱାବ ନମୁନା  ଯାଇଥିଲା । ୧୦  ତାରିଖ ଦିନ  ରିପୋର୍ଟ ପଜେଟିଭ ଆସିଥିଲା ।

ଅଧିକ ପଢନ୍ତୁ – ରାଜ୍ୟ ପାଇଁ ଖୁସିର ଖବର; ସୁସ୍ଥହେଲେ ୧୭ କରୋନା ଆକ୍ରାନ୍ତ !

ଆକ୍ରାନ୍ତ ରହୁଥିବା ସମୂଦ୍ର କୂଳ ରେଣୁକା ଲେନ୍‌ ଏବଂ ଆଖପାଖ ଅଞ୍ଚଳକୁ ସୋମବାର ଦିନ  ଅଗ୍ନିଶମ ବିଭାଗ ପକ୍ଷରୁ  ସାନିଟାଇଜ କରାଯାଇଛି । ସେହିପରି ଦିଗବାରେଣି ଛକ ଠାରୁ ସୋଲାଖିଆ ବରଗଛ ଛକ ପଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରୁଛନ୍ତି ଜିଲ୍ଲାପାଳ ।
ଦୁଇ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି  ବୋଲି ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି ।
ସେହିପରି ଆକ୍ରାନ୍ତ ଦ୍ୱୟ ହୋମ  କ୍ୟାରେଣ୍ଟlଇନ ନିୟମ ଭଙ୍ଗ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Leave A Reply

Your email address will not be published.