Latest Odisha News

BREAKING NEWS

ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର କୁଆଖିଆ ପୋଲିସ

ଯାଜପୁର : ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଯାଜପୁର କୁଆଖିଆ ପୋଲିସ । ଲୁଟରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ଟି ବାଇକ୍ ଓ ୧୫ଟି ମୋବାଇଲ ଜବତ କରାଯାଇଛି ।

ସୂଚନା ମୁତାବକ, କୁଆଖିଆ ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଓ ମୋବାଇଲ ଲୁଟ ହେଉଥିବା ନେଇ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । ଶେଷରେ ଏହି ଗ୍ୟାଙ୍ଗର ୨ଜଣ ଲୁଟେରାଙ୍କ ସମେତ ଚୋରି ଗାଡ଼ି କିଣିଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି । ଏହି ଘଟଣାରେ ଅଧିକ ଲୁଟେରା ସମ୍ପୃକ୍ତ ଥିବା ସନ୍ଦେହ କରି ଅଭିଯୁକ୍ତଙ୍କ ନାମକୁ ପୋଲିସ ଗୋପନ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.