Latest Odisha News

BREAKING NEWS

ମହିଳା ପିଇଓଙ୍କ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡ଼ାକରା ଦିଆଯାଇଛି ।

ଏହି ବନ୍ଦ ଡ଼ାକରା ଯୋଗୁଁ ସହରର ସମସ୍ତ ଦୋକାନ ବଜାର ଏବଂ ରାସ୍ତାରୋକ ହେବା ଫଳରେ ଜୀବନ ଯାତ୍ରା ଏକପ୍ରକାର ବ୍ୟାହତ ହୋଇପଡ଼ିଛି ।

ଏହି ବନ୍ଦ ପାଳନ ଯୋଗୁଁ ସମଗ୍ର ତାଳଚେରରେ ଦୋକାନ, ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି । କର୍ମୀମାନେ ସହରର ମୁଖ୍ୟ ରାସ୍ତାର ଛକ ସ୍ଥାନମାନଙ୍କରେ ଟାୟାର ଜାଳି ଏବଂ ୧୬ନଂ ଜାତୀୟ ରାଜପଥ ଓ ଯାଜପୁର ରୋଡ୍ ଦଳା ଛକରେ ଏନଏଚ ୨୧୫ ରାସ୍ତା ଅବରୋଧ କରିଛନ୍ତି।

ଅଧିକ ପଢନ୍ତୁ: ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ତେବେ ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.