Latest Odisha News

ବିଜେପୁର ଉପ ନିର୍ବାଚନ: ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଜାରି

ବରଗଡ: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

ଏହି ଭୋଟ୍ ଗ୍ରହଣ ୨୮୫ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଚାଲିବ ।

ବିଜେପୁର ଉପ ନିର୍ବାଚନ ଲାଗି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ପାଖାପାଖି ୨ ଲକ୍ଷ ୩୨ ହଜାରରୁ ଉଦ୍ଧ୍ୱର୍ ଭୋଟର୍ ।

ସମ୍ବେଦନଶୀଳ ମତଦାନ କେନ୍ଦ୍ରଗୁଡିକରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏପରିକି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବୁଥ୍ ନିକଟରେ ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.