Latest Odisha News

BREAKING NEWS

ଯାଜପୁରରେ ସୁନା ଅଳଙ୍କାର ଓ ମୋବାଇଲ ଲୁଟ ଘଟଣା : ୪ ଲୁଟେରା ଗିରଫ

ଯାଜପୁର: ଯାଜପୁର ପୋଲିସକୁ ବଡ ସଫଳତା ମିଳିଛି  । ଘରେ ପଶି ସୁନା ଅଳଙ୍କାର ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି  । ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରେ ପଶି ସୁନା , ରୂପା ଅଳଙ୍କାର ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ  । ପରେ ସୁଦୀପ ଏ ନେଇ ଯାଜପୁର ଥାନାରେ ଅଭିଯୋଗ କରିଥିଲା ।

ଅଭିଯୋଗ ପାଇବା ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲା  । ଆଜି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ  ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି। ଏସବୁ ଅଳଙ୍କାର କୁ କିଣିଥିବା ଜନୈକ ଦୋକାନୀ କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ।

Leave A Reply

Your email address will not be published.