Latest Odisha News

BREAKING NEWS

କାନାଡା-ଭାରତ ବିବାଦରେ ନାକ ପୂରେଇଲା ପାକିସ୍ତାନ; କହିଲା, ‘ଟୁଡ୍ରୋ ଯାହା କହିଛନ୍ତି ସେଥିରେ ସତ୍ୟତା ଅଛି’

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରି ବିଶ୍ୱରେ  ବଦନାମ ଅର୍ଜନ କରିଥିବା ପାକିସ୍ତାନ କାନାଡା-ଭାରତ ସମ୍ପର୍କକୁ ନେଇ ଭାରତ ଉପରକୁ ଆଙ୍ଗୁଠି ଉଠାଇଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ଅଭିଯୋଗ ଆଣିଛନ୍ତି ଯେ, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତ ସରକାରଙ୍କ ସଂପୃକ୍ତି ରହିଛି । ଏହି ଅଭିଯୋଗ ଉପରେ ପାକିସ୍ତାନ ବିଦେଶ ସଚିବ ସାଇରସ କାଜୀ କହିଛନ୍ତି,  ’ଏହି ରହସ୍ୟ ଉନ୍ମୋଚନକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି ।’ ଭାରତ ବିରୋଧରେ ଅପପ୍ରଚାର କରି କାଜି କହିଛନ୍ତୁ, ’ଟୁଡ୍ରୋ ଯାହା କହିଛନ୍ତି ସେଥିରେ ଅବଶ୍ୟ ସତ୍ୟତା ରହିଛି ।’

ସାଇରସ କାଜୀ ଜାତିସଂଘର ୭୮ତମ  ମହାସଭାରେ ଯୋଗ ଦେବା ପାଇଁ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ-କାକ୍କରଙ୍କ ସହ ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି । ଏହି ଅବସରରେ ବୁଧବାର ଦିନ ଜାତିସଂଘରେ ପାକିସ୍ତାନ ମିଶନରେ ଏକ  ମିଡିଆ ବ୍ରିଫିଂ ସମୟରେ ଏହି କଥା କହିଥିଲେ ।

ତେବେ ଆତାଙ୍କୀଙ୍କୁ ପୋଷୁଥିବା ପାକିସ୍ତାନ କାନଡା ପ୍ରସଙ୍ଗରେ ଭାରତ ବିରୋଧରେ ଅପପ୍ରଚାର କରିବାର ସୁଯୋଗ ମିଳିଛି । କାଜୀ ଆହୁରି କହିଥିଲେ, କାନାଡାରେ ଭାରତର ଆତାଙ୍କବାଦ ପାକିସ୍ତାନ ପାଇଁ କିଛି ଆଶ୍ଚର୍ଯ୍ୟର କଥା ନୁହେଁ । ସେ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗ ଉଠାଇ କହିଥିଲେ, କାନାଡାର ଏପରି ଅଭିଯୋଗ ପାକିସ୍ତାନକୁ କିଛି ବି ଅସାମାନ୍ୟ ଲାଗୁନି । କାରଣ ପାକିସ୍ତାନ ୨୦୧୬ ମାର୍ଚ୍ଚରେ ବେଲୁଚିସ୍ତାନରୁ ଭାରତୀୟ ଅନୁସନ୍ଧାନ ଏବଂ ବିଶ୍ଳେଷଣ ୱିଙ୍ଗି (ର)ର ଜଣେ କାର୍ଯ୍ୟରତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ  ଗିରଫ କରିଥିଲା ।

ଏଠି କହିରଖିବୁ, କୂଳଭୂଷଣ ଯାଦବ ଜଣେ ନୌସେନା ଅଧିକାରୀ । ସେ ନିଜ ଇଚ୍ଛାରେ ଅବସର ନେଇଥିଲେ । ପାକିସ୍ତାନ ତାଙ୍କ ବିରୋଧରେ ଗୁପ୍ତଚର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ  କରୁଥିବା ଅଭିଯୋଗ ଆଣି ମୃତ୍ୟୁଦଣ୍ଡ ଦେଇଛି । ଭାରତ ପକ୍ଷରୁ ପାକିସ୍ତାନର ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ଯାଦବ ଏବେ ବି ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ।

ହରପ୍ରୀତ ସିଂହଙ୍କ ମୃତ୍ୟୁକୁ ନେଇ କାନାଡା ଭାରତର ବରିଷ୍ଠ କୂଟନୀତିଜ୍ଞଙ୍କୁ ହବିଷ୍କାର କରିଥିଲା । ସେହିପରି ଭାରତ ମଧ୍ୟ ଏହାର ପାଲଟା ଜବାବ ଦେଇ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଛି । ତେବେ କାନାଡାର ଏପରି ଅଭିଯୋଗ ପାକିସ୍ତାନକୁ ବେଶ ସୁହାଇଛି । ଭାରତ ବିରୋଧରେ ଦୁଇପଦ କହିବା ପାଇଁ ତାକୁ ସଯୋଗ ମିଳିଛି ଯାହା ସେ ହାତଛଡା କରିନି । ସେ ଆହୁରି କହିଛନ୍ତି, ଯଦି ଦୁନିଆରେ କାହାକୁ ଭାରତର ଏପରି ହରକତ ବିଷୟରେ କିଏ ଜାଣିଛି ତେବେ ସେ ହେଉଛି ପାକିସ୍ତାନ ।

ଖାଲି ସାଇରସ କାଜୀ ନୁହଁନ୍ତି. ପୂର୍ବତନ ବିଦେଶ ମନ୍ତ୍ରୀ ତଥା ପିପିପି (ପାକିସ୍ତାନ ପିପୁଲ୍ସ ପାର୍ଟି)ର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ମଧ୍ୟ ଏ ପ୍ରସଙ୍ଗରେ ଭାରତ ବିରୋଧୀ  ପ୍ରତିକ୍ରିୟା ରଖିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଏକଥା ସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି ଯେ, ଭାରତ ଏକ ଦୁଷ୍ଟ, ହିନ୍ଦୁତ୍ୱ ଏବଂ ଆତଙ୍କବାଦୀ ଦେଶ ।

କାନାଡା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, ‘ଏହା ଏକ ବହୁତ ବଡ ଅଭିଯୋଗ । ବିଶ୍ୱ ସାମ୍ନାରେ ଭାରତର ମୁଖା ଖୋଲି ଯାଇଛି । ଆଉ କେତେ ଦିନ ଅନ୍ତରାଷ୍ଟ୍ରୀ ଏବଂ ପଶ୍ଚିମର ଆମର ମିତ୍ର ଦେଶ ଭାରତର ଏପରି ହରକତକୁ ଅଣଦେଖା କରିବେ ?’

Leave A Reply

Your email address will not be published.