ବସ୍ତା:ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସତର୍କ ସଂକେତ ଉପରେ ଜଳକା ଜଳସ୍ତର । ବାଲେଶ୍ଵର ଜିଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକାର ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ୬.୩୮ମିଟର ଉପରେ ରହିଛି ଜଳସ୍ତର ।
ଗତ ଦୁଇ ଦିନ ଧରି ଉପର ମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୁରୁଡା, ଚିତ୍ରଡା, ରାସଗୋବିନ୍ଦପୁର, ଚିତ୍ରଡା ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ତଳିଆ ଅଞ୍ଚଳର ଲୋକମାନେ ଦୁର୍ବଳ ନଦୀ ବନ୍ଧ ପାଇଁ ଭୟଭୀତ ରହିଛନ୍ତି ।