Latest Odisha News

BREAKING NEWS

Puri Rath Yatra 2026:ସିଂହଦ୍ୱାର ଚକଡାରେ ତିନି ରଥ;ସକାଳ ସାଢ଼େ ୯ରେ ପହଣ୍ଡି, ରଥଟଣା ସମୟ…

ପୁରୀ:ରାତି ପାହିଲେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇ ହୋଇଛି। ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥର ରଥଟଣା ଆରମ୍ଭ ହେବ।

ଗୁରୁବାର ସକାଳ ୬ଟା ସୁଦ୍ଧା ମଙ୍ଗଳ ଆଳତି, ୬ଟା ୧ ରୁ ୬ ଟା ୩୦ ସୁଦ୍ଧା ମଇଲମ ଓ ତଡ଼ପଲାଗି, ୬ଟା ୩୦ରେ ରୋଷ ହୋମ, ସକାଳ ୭ଟା ଅବକାଶ ନୀତି, ୭ଟା ୧୦ ସୂର୍ଯ୍ୟପୂଜା, ୭ଟା ୩୦ ଦ୍ୱାରପାଳ ପୂଜା କରାଯାଇ ୭ ଟା ୩୦ରେ ବେଶ ଶେଷ ହେବ।

ସକାଳ ୮ରୁ ୯ଟା ମଧ୍ୟରେ ହେବ ସକାଳ ଧୂପ ନୀତି । ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ ଟା ୧୫ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବ ।ସକାଳ ୯ ଟା ୩୦ରେ ପହଣ୍ଡି ଆରମ୍ଭ କରିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୧୨ଟା ୩୦ ସୁଦ୍ଧା ପହଣ୍ଡି ଶେଷ କରି ୧୨ ଟା ୩୦ ରୁ ୧ଟା ମଧ୍ୟରେ ଶ୍ରୀମଦନ ମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ ହେବେ । ୧.୩୦ ରୁ ୨.୦୦ ଟା ମଧ୍ୟରେ ଚିତାଲାଗି , ୧.୩୦ ରୁ ୨.୩୦ ବେଶ ଶେଷ , ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ରାଜ-ନୀତି ଓ ଛେରା ପହଁରା ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ସେହିପରି ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ,ଘୋଡ଼ା ଓ ସାରଥି ଲାଗିବା କାର୍ଯ୍ୟ ପରେ ଅପରାହ୍ନ ୪ ଟାରେ ରଥଟଣା ଆରମ୍ଭ ହେବ ।

ଶ୍ରୀମନ୍ଦିରର ରତ୍ନବେଦୀରୁ ବଡ଼ଦାଣ୍ଡରେ ଥିବା ତିନୋଟି ରଥକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ବିଜେ କରାଯିବ । ସର୍ବପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ନିଆଯିବ । ଏହାପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ୱଜ ରଥକୁ ବିଜେ କରାଯିବ । ତୃତୀୟରେ ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ ହାତରେ ଆଦରର ସହ ଉଠାଇ ନେଇ ଦେବଦଳନ ରଥରେ ସୁଦର୍ଶନଙ୍କ ପାଖରେ ବିଜେ କରାଇେବେ । ସର୍ବଶେଷରେ କାଳିଆ ସାଆନ୍ତ ଟାହିଆ ହଲାଇ ଗୋଟି ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିଜେ କରିବେ ।

ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସୂଚନାଥାଉକି, ଗୁରୁବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଆଜି ରଥ ଶ୍ରୀମନ୍ଦିର ସମ୍ମୁଖ ଭାଗକୁ ନିଆଯାଇଛି। ପ୍ରଥମେ ବିଧି ଅନୁଯାୟୀ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଛି। ଏହାସହ ଏହି ସମୟରେ ବିଜେ କାହାଳୀ ମଧ୍ୟ ବାଜିଛି। ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ବିଜେ କରିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଛି। ପରେ କ୍ରମ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଉଛି। ପରେ ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ନିକଟକୁ ଅଣାଯାଇଛି। ପୁଲିସ କର୍ମଚାରୀ, ସେବାୟତ ଓ ଭକ୍ତଙ୍କ ସହାୟତାରେ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି ।

Leave A Reply

Your email address will not be published.