Latest Odisha News

BREAKING NEWS

ଜଳନ୍ଧର ଲୋକସଭା ଉପନିର୍ବାଚନ, ଆପ୍ ଆଗୁଆ

ଜଳନ୍ଧର: ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟ୍ ଗଣତିରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଆପ୍ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ କଂଗ୍ରେସର କର୍ମଜିତ କୌରଙ୍କ ଠାରୁ ୫୭ ହଜାର ୬୮୭ ଭୋଟରେ ଆଗୁଆ ଅଛନ୍ତି ।

ନିର୍ବାଚନ କମିଶନଙ୍କ ୱେବସାଇଟ୍ ତଥ୍ୟ ଅନୁସାରେ, ଆପ୍ ପ୍ରାର୍ଥୀ ସୁଶୀଲଙ୍କୁ ଏବେ ଯାଏ ୨ ଲକ୍ଷ ୯୩ ହଜାର ୩୨୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର କର୍ମଜିତଙ୍କୁ ୨ ଲକ୍ଷ ୩୫ ହଜାର ୬୩୪ ଖଣ୍ଡ ଭୋଟ୍ ମିଳିଛି । ସେହିଭଳି ବିଜେପିର ଇନ୍ଦର ଇକ୍ୱାଲ ୧ ଲକ୍ଷ ୩୨ ହଜାର ୯୨୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ଶିରୋମଣି ଅକାଳ ଦଳର ଶୁଖବିନ୍ଦର ସୁଖି ପାଇଛନ୍ତି ୧ ଲକ୍ଷ ୫୨ ହଜାର ୧୮୪ ଖଣ୍ଡ ଭୋଟ୍ ।

ଜଳନ୍ଧର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀ ଭାରତ ଯୋଡ଼ ଯାତ୍ରା ବେଳେ ହୃଦଘାତରେ ପ୍ରାଣ ହାରିଥିଲେ । ଏହା ପରେ ଏଠାରେ ଉପନିର୍ବାଚନ ହେଉଥିବା ବେଳେ କଂଗ୍ରେସ ସନ୍ତୋଖଙ୍କ ପତ୍ନୀ କରମଜିତ କୌରଙ୍କୁ ଟିକେଟ୍ ଦେଇଥିଲା । କଂଗ୍ରେସ ଛାଡ଼ି ଆପରେ ଯୋଗ ଦେଇଥିବା ସୁଶୀଲ ରିଙ୍କୁଙ୍କୁ ପ୍ରାର୍ଥୀ କରିଥିଲା ଶାସକ ଦଳ ।

Leave A Reply

Your email address will not be published.