Latest Odisha News

BREAKING NEWS

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍ । ସେ କହିଛନ୍ତି, ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ ।

ଝାରସୁଗୁଡ଼ା ଜନାଦେଶକୁ ସ୍ୱୀକାର କରିବା ସହ ମନମୋହନ କହିଛନ୍ତି, ଆମେ ଗଣତନ୍ତ୍ରକୁ ସମ୍ମାନ କରୁଛୁ । ଦୀପାଳିଙ୍କୁ ଶୁଭେଚ୍ଛା ଜଣାଉଛି ସେ ବିଜୟୀ ହୋଇଛନ୍ତି । ଟଙ୍କଧରଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସଭାପତି । କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ନିର୍ବାଚନ ହୋଇଥିଲା । ଗୁଣ୍ଡାରାଜ, ଭୟ ଓ ସରକାରୀ କଳର ଅପବ୍ୟବହାର ଭିତରେ ଲୋକେ ବିଜେପିକୁ ୫୮ ହଜାର ଭୋଟ୍ ଦେଇଛନ୍ତି । ଲୋକଙ୍କୁ ଦଳ ପକ୍ଷରୁ ଧନ୍ୟବାଦ ଜଣାଉଛି ।

ବିଜେପି ଜିରୋ ଦେଖିଛି, ହିରୋ ହେବା ବି ଦେଖିଛି । ଓଡ଼ିଶାରେ ପ୍ରସଙ୍ଗକୁ ନେଇ ଲଢ଼େଇ ହେଉଥିଲା । ଲୋକଙ୍କ ମଧ୍ୟରେ ପ୍ରସଙ୍ଗ ଦାନା ବାନ୍ଧିଛି । ପରିଶ୍ରମର ଫଳ ନିଶ୍ଚୟ ଆଗାମୀ ଦିନରେ ମିଳିବ । ଝାରସୁଗୁଡ଼ାରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଦୃଢ଼ ଥିଲା, ସେମାନଙ୍କୁ ଧନ୍ୟବାଦ । ତେବେ ଉପନିର୍ବାଚନ ସହ ସାଧାରଣ ନିର୍ବାଚନକୁ ତୁଳନା କରିବା ଠିକ୍ ହେବ ନାହିଁ ବୋଲି ମନମୋହନ ସାମଲ୍ କହିଛନ୍ତି ।

Leave A Reply

Your email address will not be published.