Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ: ବଢିଲା ବିଜେଡି-ବିଜେପି ଭୋଟ; ଖସିଲା କଂଗ୍ରେସ

ଝାରସୁୁଗୁଡା:ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମାରିଛି ବାଜିମାତ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ ୧ ଲକ୍ଷ ହଜାର ୩ ଭୋଟ୍ ପାଇଁ ଉପ ନିର୍ବାଚନ ଜିତିଛନ୍ତି । ୨୦୧୯ ନିର୍ବାଚନ ତୁଳନାରେ  ଉପ ନିର୍ବାଚନରେ ବିଜେପି-ବିଜେଡିର ଭୋଟ ବଢିଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପକ୍ଷେ କଂଗ୍ରେସ ଆଶାତୀତ ଭୋଟ ହରାଇଛି ।

୨୦୧୯ ଅପେକ୍ଷା ବିଜେଡିର ଭୋଟ୍ ୮,୩୮୩ ବଢ଼ିଛି । ୨୦୧୯ରେ ନବ ଦାସ ପାଇଥିଲେ ୯୮, ୬୨୦ ଭୋଟ୍  । ଏବେ ନବଙ୍କ ଝିଅ ଦୀପାଳିଙ୍କୁ ମିଳିଛି  ୧ ଲକ୍ଷ ୭ ହଜାର ୩ ଭୋଟ୍ । ସେହିପରି ୨୦୧୯ ତୁଳନାରେ ବିଜେପିର ଭୋଟ୍ ମଧ୍ୟ ବଢିଛି । ଏଥର ପ୍ରାୟ ୫,୪୬୩ ଖଣ୍ଡ ଭୋଟ ଅଧିକ ପାଇଛି ବିଜେପି ।  ୨୦୧୯ରେ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କଠାରୁ ଅଧିକ ଭୋଟ ପାଇଛନ୍ତି ଟଙ୍କଧର ତ୍ରିପାଠୀ । ଦୀନେଶ ଜୈନ ୨୦୧୯ରେ  ୫୨, ୯୨୧ ଭୋଟ୍  ପାଇଥିବାବେଳେ ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମିଳିଛି ୫୮, ୩୮୪ ଭୋଟ୍ ।

ହେଲେ କଂଗ୍ରେସର ସ୍ଥିିତି ଜିଲ୍ଲାରେ ଆହୁରି ଖରାପ ହୋଇଛି । ଏକଦା କଂଗ୍ରେସ ଗଡ ଥିବା ଝାରସୁଗୁଡାରେ ଦଳ ଏଥର ୫ ହଜାର ଭୋଟ ବି ପାଇନି । ୧୯୮୦ ମସିହାରୁ ଏ ପର୍ଯ୍ୟନ୍ତ ଦେଖିଲେ ଝାରସୁଗୁଡା ମୁଖ୍ୟତଃ କଂଗ୍ରେସ କବ୍ଜାରେ ଥିଲା । ୧୯୮୦, ୧୯୮୫, ୧୯୯୫ ନିର୍ବଚନରେ ଏହି ବିଧାନସଭା ଆସନରୁ କଂଗ୍ରେସ ଜିତୁଥିଲା । ୧୯୮୦ରୁ ୧୯୯୫ ମଧ୍ୟରେ ଥରେ ଏହି ଆସନ ଜନତା ଦଳ ହାତକୁ ଯାଇଥିଲା । ହେଲେ ୨ ହଜାର ପରେ ଏହି ଆସନରୁ ବିଜେଡି ଲଗାତାର ୨ ଥର ଜିତିଥିଲା  । ହେଲେ ୨୦୦୯ ଏବଂ ୨୦୧୪ରେ ନବ ଦାସ କଂଗ୍ରେସ ଟିକେଟରେ ଲଢି ଏହି ଆସନରୁ ଜିତିଥିଲେ । ଅବଶ୍ୟ ତୃତୀୟ ଥର ପାଇଁ ୨୦୧୯ରେ ବିଜେଡି ଟିକେଟରୁ ଲଢି ନବ ଦାସ  ସର୍ବାଧିକ ଭୋଟରେ ଜିତିଥିଲେ ।  ତେବେ ୨୦୧୯ ଅପେକ୍ଷା ଏଥର କଂଗ୍ରେସର ୧୪, ୩୫୦ ଭୋଟ୍ କମିଥିବା ଦେଖିବାକୁ ମିିଳିଛି । ୨୦୧୯ରେ କଂଗ୍ରେସର ମହେନ୍ଦ୍ର ନାଏକ ପାଇଥିଲେ ୧୮, ୮୨୩ ଭୋଟ୍  । ହେଲେ ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପାଇଲେ ମାତ୍ର ୪୪୭୩ ଭୋଟ୍ ।

 

Leave A Reply

Your email address will not be published.