Latest Odisha News

BREAKING NEWS

ମା’ ବୈଷ୍ଣୋଦେବୀ ଦର୍ଶନ ପାଇଁ ଗାଇଡଲାଇନ ଜାରି

ଜମ୍ମୁକାଶ୍ମୀର : ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ। କରୋନା ଗାଇଡ ଲାଇନ ମାନି କଡା କଟକଣାର ସହ ତୀର୍ଥଯାତ୍ରୀ ମାନେ ମା’ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଏହି ଗାଇଡଲାଇନ ଅନୁସାରେ ଶ୍ରଦ୍ଧାଳୁମାନେ ଆରଟି ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ବାଧ୍ୟତା ମୂଳକ ରହିଛି।

ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ ମାନେ ଏହି ଟେଷ୍ଟ କରିବା ଆବଶ୍ୟକ। ଏହି ସବୁ ଗାଇଡଲାଇନ ମାନି ଯାତ୍ରୀମାନେ ବୈଷ୍ଣୋଦେବୀ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। କୋଭିଡ୍ ସମ୍ବନ୍ଧୀୟ ଲକ୍ଷଣ ଦେଖାଗଲେ ମନ୍ଦିର ମନା । ଏହା ଭିତରେ ମନ୍ଦିର ପରିସର ସାନି ଟାଇଜ କରାଯିବା ସହ ସଫାସୁତୁରା ଚାଲିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛିା

Comments are closed.