Latest Odisha News

BREAKING NEWS

ପୁଞ୍ଚରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ବିଫଳ; ୨ ଆତଙ୍କୀ ନିପାତ

ଜମ୍ମୁ:ଜମ୍ମୁକାଶ୍ମୀରର ପୁଞ୍ଚରେ ଭାରତୀୟ ସେନାର ବଡ ସଫଳତା । ଏକ ବଡ ଧରଣର ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହ ନିୟନ୍ତ୍ରଣ ରେଖା ପାର କରୁଥିବା ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । ଘଟଣାସ୍ଥଳରୁ ଜଣେ ଆତଙ୍କୀର ଶବକୁ ଜବତ କରାଯାଇଛି । ଅନ୍ୟ ଜଣେ ଆତଙ୍କୀ ଶରୀରରେ ଗୁଳି ବାଜିବା ପରେ ସେ ପୁ’ ନଦୀରେ ଖସି ପଡିଥିବା ଦେଖିବାକୁ ମିଳିଥିଲା ।

ପୁଂଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଜୁଲାଇ ୧୬-୧୭ ମଧ୍ୟରାତ୍ରିରେ ସେନା ଏବଂ ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏହି ମିଳିତ ଅଭିଯାନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ହତିଆର ଏବଂ ଗୋଳାବାରୁଦ ଜବତ କରାଯାଇଥିଲା ।

ଏଲଓସି ଉପରେ ସତର୍କ ଦୃଷ୍ଟି ରଖିଥିବା ଜବାନମାନେ ପୁଂଛ ନଦୀ ନିକଟରେ ଏଲଓସି ପାରି କରି ଭାରତ ଆଡକୁ ଆସୁଥିବା କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ଏହା ପରେ ଅଭିଯାନ ଆରମ୍ଭ ହୋଇଥିଲା ।

୍ଣସେନାର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଏହି ଅଭିଯାନ ବିଳମ୍ବିତ ରାତିରେ ଆରମ୍ଭ କରାଯାଇଥିଲା । ସେ କହିଥିଲେ, ଜଣେ ଆତଙ୍କୀ ଘଟଣାସ୍ଥଳରେ ନିହତ ହୋଇଥିବାବେଳେ ଅନ୍ୟ ଜଣେ ନଦୀକୁ ଖସି ପଡିଥିଲେ । ନଦୀରେ ଖସି ପଡିଥିବା ଆତଙ୍କୀର ଶବ ଖୋଜା ଯାଉଛି । ଏମାନଙ୍କ ପାଖରୁ ମାଗଜିନ ସହ ଏକ ଏକେ-୪୭ ରାଇଫଲ, ଯୁଦ୍ଧରେ ବ୍ୟବହାର କରାଯାଉଥିବା ଗୋଳା ବାରୁଦ ମଧ୍ୟ ଜବତ ହୋଇଛି ।

 

Leave A Reply

Your email address will not be published.