Latest Odisha News

BREAKING NEWS

ପ୍ରବଳ ବର୍ଷା ଜାରି, ପ୍ରଶାସନ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଗୋପାଳପୁର ଉପକୂଳରେ ଗୁରୁବାର ରାତି ୧୨:୩୦ରେ ବାତ୍ୟା ‘ଡାଏ’ ଅତିକ୍ରମ କରିବା ଯୋଗୁଁ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗର ଡ୍ୟୁଟି ଅଫିସର ରମେଶ ଚନ୍ଦ୍ର ନାୟକ କହିଛନ୍ତି “ଏହି ବାତ୍ୟା ଡାଏ ଉତ୍ତର-ପଶ୍ଚିମ ଦିଗରେ ଭବାନୀପାଟଣା ମୁହାଁ ହୋଇଛି । ଏହି ବାତ୍ୟା କ୍ରମେ ଛତିଶଗଡ ଆଡକୁ ଦୁର୍ବଳ ହୋଇ ମୁହାଁଉଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଦୁର୍ବଳ ହୋଇ ପଡିବ” ।

ଅନ୍ୟପକ୍ଷରେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ୬୦-୭୦ କିମି ବେଗରେ ପବନ ବହିବ ।

ସୂଚନା ଅନୁଯାୟୀ ଏହି ବାତ୍ୟାକୁ ଲକ୍ଷ୍ୟ କରି ସତର୍କତାମୂଳକ ପଦକ୍ଷେପର ଆବଶ୍ୟକତାକୁ ମନେ କରି ରାଜ୍ୟର ପ୍ରମୁଖ ୩ଟି ବନ୍ଦରକୁ ୩ନଂ ବିପଦ ସଙ୍କେତ ଦିଆଯାଇଛି ।

Leave A Reply

Your email address will not be published.