Latest Odisha News

BREAKING NEWS

ଶ୍ରୀନଗର ଚେକ୍ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ; ୧ ଯବାନ ସହିଦ

ଜାମ୍ମୁ-କଶ୍ମୀର: ଜାମ୍ମୁ-କାଶ୍ମୀର ପରିମପୋରା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଲଢ଼େଇରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଛନ୍ତି । ସେପଟେ ଭାରତୀୟ ସେନାଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଶ୍ରୀନଗରର ଲାଭେପୋରା ଅଂଚଳର ପରିମପୋରା ଚେକ୍ ପୋଷ୍ଟରେ ହଠାତ୍ ଗୁଳି ଫୁଟିଥିଲା । ଏହାପରେ ସିଆରପିଏଫ ଯବାନଙ୍କ ପକ୍ଷରୁ ମଧ୍ୟ ଗୁଳିବିନିମୟ ହୋଇଥିଲା । ସେହି ଅଂଚଳରେ ଆଉ କିଛି ଆତଙ୍କବାଦୀ ଲୁଚିଥିବା କୁହାଯାଉଛି । ସିଆରପିଏଫ ପାଖାପାଖି ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାବଳ ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି ଓ ସେ ଆହତ ଥିବା ଜଣାପଡିଛି ।

Leave A Reply

Your email address will not be published.