Latest Odisha News

BREAKING NEWS

କୁଲଗାମରେ ୫ ଅଣ କାଶ୍ମିରୀ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ୫ ଜଣ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ନରେ ହତ୍ୟା କରିଛନ୍ତି । ଏହି ସମସ୍ତ ନିହତ ବ୍ୟକ୍ତିମାନେ ଅଣ କାଶ୍ମିରୀ ବୋଲି ଏନଡ଼ିଟିଭି ରିପୋର୍ଟରୁ ଜଣାପଡ଼ିଛି ।

କାଶ୍ମୀର ଘାଟିରେ କଟକଣା କୋହଳ କରାଯିବା ପରେ ଏବେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି । ସୋମବାର ଦିନ ଜଣେ ଟ୍ରକ୍ ଡ୍ରାଇଭର୍ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ବେଳେ ମଙ୍ଗଳବାର ଦିନ ଏହି ଘଟଣା ଏକ ଉଦବେଗଜନିତ ପରିସ୍ଥିତି ସୃଷ୍ଟି କରିଛି ।

ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଅଶାନ୍ତ ଉପତ୍ୟକାରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ଉଗ୍ରପନ୍ଥୀ । ଅନ୍ୟ ଏକ ଘଟଣାରେ ପୁଲୱାମା ଜିଲ୍ଲାର ଏକ ବିଦ୍ୟାଳୟରେ ପାରା ମିଲିଟାରୀ ଜବାନ ମୂତୟନ ହୋଇଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ ।

ତେବେ ମଙ୍ଗଳବାର ଦିନ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଶ୍ରମିକମାନେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକ ଶ୍ରମିକମାନଙ୍କ ମଧ୍ୟରେ ଯେଉଁ ୩ ଜଣ ଚିହ୍ନଟ ହୋଇପାରିଛନ୍ତି ସେମାନେ ହେଲେ ଶେଖ୍ କାମରୁଦ୍ଦିନ, ଶେଖ୍ ମହମ୍ମଦ ରଫିକ ଏବଂ ଶେଖ୍ ମୁରସୁଲିନ ।

Leave A Reply

Your email address will not be published.