Latest Odisha News

BREAKING NEWS

ଲାଲ୍ କିଲ୍ଲା ହିଂସାରେ ବିଦେଶୀ ସମ୍ପୃକ୍ତ, ଡଚ୍ ନାଗରିକଙ୍କ ସହ ଅନ୍ୟ ଜଣେ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲାଲ୍ କିଲ୍ଲାରେ ଘଟିଥିବା ହିଂସା ପାଇଁ ଦେଶ ନିନ୍ଦିତ ହୋଇଥିଲା । ଟ୍ରାକ୍ଟର ପରେଡ୍ ଆଳରେ କୃଷକ ଘଟାଇଥିବା ଲାଲ୍ କିଲ୍ଲା ହିଂସାରେ ବିଦେଶୀଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି । ଖାଲି ପ୍ରମାଣ ମିଳିଛି ତା’ନୁହେଁ ଟ୍ରାକ୍ଟର ପରେଡ୍ ଆନ୍ଦୋଳନ ଦିନ ବିଦେଶୀ ନାଗରିକ ଲାଲ୍ କିଲ୍ଲା ହିଂସାରେ ସାମିଲ୍ ଥିଲେ । ଏପରିକି ହାତରେ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ଲାଲ୍ କିଲ୍ଲାରେ ପ୍ରବେଶ କରିଥିଲେ ବିଦେଶୀ ନାଗରିକ । ଆଉ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏ ଖୁଲାସା କରିଛି ।

୨୬ ଜାନୁଆରୀ ଲାଲ୍ କିଲ୍ଲା ହିଂସା ମାମଲାରେ କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ମନିନ୍ଦରଜିତ୍ ସିଂହ ଯିଏକି ଜଣେ ଡଚ୍ ନାଗରିକ ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ମନିନ୍ଦର ୟୁକେର ବ୍ରିମିନଘମରେ ରହୁଥିବା ବେଳେ ଜାନୁଆରୀ ୨୬ ଲାଲ୍ କିଲ୍ଲାରେ ସାମିଲ୍ ଥିଲେ । ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହାଛଡ଼ା ଖେମପ୍ରୀତ ସିଂହଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଗିରଫ ମନିନ୍ଦରଜିତ୍ ସିଂହ ଜଣେ ପେଶାଦାର ଅପରାଧୀ । ପୂର୍ବରୁ ମନିନ୍ଦରକୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଥିଲା । ଜାଲ୍ ଡକ୍ୟୁମେଣ୍ଟ ଦେଇ ଦିଲ୍ଲୀ ବିମାନବନ୍ଦରରୁ ଖସି ଯିବାକୁ ବସିଥିଲା ମନିନ୍ଦରଜିତ୍ । ସେହିଭଳି ଖେମପ୍ରୀତ ଲାଲ୍ କିଲ୍ଲାରେ ଧାରୁଆ ଅସ୍ତ୍ରରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.