Latest Odisha News

ଓଡିଶାରେ ଜନତା କର୍ଫ୍ୟୁ: ପୋଲିସ ଠାରୁ ପାସ ପାଇବା ପାଇଁ ୧୦୦ ନମ୍ବର ଡାଏଲ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ହୋଇଥିବା ଦେଶବ୍ୟାପୀ ଜନତା କର୍ଫ୍ୟୁର ପ୍ରଭାବ ଓଡିଶାର ରାଜଧାନୀରେ ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁ ବେଳେ ଜନସାଧାରଣଙ୍କ ସୁବିଧା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି କି, କୌଣସି ନାଗରିକଙ୍କୁ ଜରୁରୀ କାର୍ଯ୍ୟ ପାଇଁ ୧୦୦ ନମ୍ବର ଡାଏଲ କରି କିମ୍ବା ନିଜ ଅଞ୍ଚଳରେ କାର୍ଯ୍ୟରତ ଥିବା ଆଇଆଇସି କିମ୍ବା ଏସିପିଙ୍କ ଠାରୁ ପାସ ପାଇପାରିବେ ।

ଡିସିପି କହିଛନ୍ତି କି, ରାଜଧାନୀରେ ଅପ୍ରିୟକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସର ୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ପାଖାପାଖି ୧୦୦ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି ।

ସେ କହିଛନ୍ତି ଯେ, ସକାଳୁ ସକାଳୁ ସହରରେ ପେଟ୍ରୋଲିଂକୁ କଡାକଡି କରାଯାଇଛି । ଯଦ୍ୱାରା ସହରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ କୌଣସି ମଧ୍ୟ ଯାନବାହନ ରାସ୍ତାରେ ନଥିବା ତଥା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ଥିବା ନିଶ୍ଚିତ କରାଯାଇପାରିବ ।

Leave A Reply

Your email address will not be published.