Latest Odisha News

BREAKING NEWS

କରୋନାଭାଇରସ ସଂକ୍ରମଣ: ଭାରତରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମୁମ୍ବାଇରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ ଡାଇବେଟିସ୍‌, ହୃଦଘାତ ଓ ଉଚ୍ଚ ରକ୍ତ ପିଡିତ ଥିଲେ ବୋଲି ପ୍ରକାଶ କରିଛି ମୁମ୍ବାଇ ପବ୍ଲିକ ହେଲ୍‌ଥ ଡିପାର୍ଟମେଣ୍ଟ ।

ପ୍ରାପ୍ତ ସୂଚନାନୁଯାୟୀ ଭାରତରେ ଗୋଟିଏ ଦିନରେ ପ୍ରାୟ ୩୨୪ ଜଣ କରୋନା ଆକ୍ରାନ୍ତ ନୂଆ ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ର ଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୦୦ରୁ ଅଧିକ ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.