Latest Odisha News

BREAKING NEWS

ବନ୍ୟା ପାଇଁ ସୁଟିଂ ବାତିଲ୍ କଲେ ଜାହ୍ନବୀ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଯମୁନା ନଦୀ ପାଣି ସହରରେ ପ୍ରବେଶ କରିଛି । ଫଳରେ ତଳିଆ ଅଞ୍ଚଳ ଅଧିକ ଜଳମଗ୍ନ ଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ଅନେକ ଅଞ୍ଚଳ ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ସୁଟିଂ ବାତିଲ କରିଦେଇଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରିବା ପରେ ସୁଟିଂ ଆରମ୍ଭ ହେବ ବୋଲି ଜାହ୍ନବୀ କହିଛନ୍ତି ।

ଆଗାମୀ ଫିଲ୍ମ ‘ଉଲଝା’ କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଜାହ୍ନବୀ । ଏହି ଫିଲ୍ମରେ ଜାହ୍ନବୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବର୍ତ୍ତମାନ ଏହାର ସୁଟିଂ ଜୋରସୋରରେ ଚାଲିଛି । ଦେଶପ୍ରେମ ଉପରେ ଆଧାରିତ ଏହା ଏକ ରୋମାଞ୍ଚକର ଫିଲ୍ମ । ତାଙ୍କର ଆଗାମୀ ସୁଟିଂ ଦିଲ୍ଲୀରେ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ଦିଲ୍ଲୀରେ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ ସୁଟିଂ ଚାଲିବାର ଥିଲା, କିନ୍ତୁ ବନ୍ୟା ଯୋଗୁ ଏହାକୁ ବାତିଲ କରିଦିଆଯାଇଛି । ବନ୍ୟା ପରିସ୍ଥିତି ସୁଧୁରିବା ପରେ ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି ।

 

Leave A Reply

Your email address will not be published.