Latest Odisha News

BREAKING NEWS

ଏହି ସବୁ ଦେଶରେ ଗଛ ମିଳିବା ଭାଗ୍ୟର କଥା

ନୂଆଦିଲ୍ଲୀ: ପୃଥିବୀର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳିଥାଏ । ଏହା ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭିନ ବିନା ଏକ ସୁସ୍ଥ ପରିବେଶ ଗଠନ କରିବା ଅସମ୍ଭବ । ଏହା ଦ୍ୱାରା ଅମ୍ଳଜାନଠାରୁ ଆରମ୍ଭ କରି ମୃତିକା ସଂରକ୍ଷଣ ଏବଂ ଜଳସ୍ରୋତ ନିୟନ୍ତ୍ରଣ ହୋଇଥାଏ । ଯଦି ଆମ ପୃଥିବୀରେ ଗଛ ନ ରହିବ…ତାହାହେଲେ ଖୁବ କମ ଦିନରେ ସଂସାର ନଷ୍ଟ ହୋଇଯିବ । ଏବେ ପ୍ରାୟ ପ୍ରତ୍ୟେକ ଦେଶର ସରକାର ଗଛ ଲଗାଇବା ଉପରେ ଜୋର ଦେଉଛନ୍ତି । ଯାହା କି ଏକ ଖୁସିର କଥା । ତେବେ ଆମର ଏଇ ପୃଥିବୀରେ ଏପରି କେତେକ ଦେଶ ଅଛି ଯେଉଁଠାରେ ଗଛ ଦେଖିବା ଏକ ପ୍ରକାର ଭାଗ୍ୟର କଥା କହିଲେ ଭୁଲ ହେବନି । ଗ୍ରୀନଲାଣ୍ଡ, କତାର ଓ ଓମାନରେ ପ୍ରାୟତଃ ଗଛ ନାହିଁ କହିଲେ ଭୁଲ ହେବନି ।

ଏହି ସବୁ ଦେଶଗୁଡିକରେ ଜଳବାୟୁ ଓ ଭୂମିର ବିଶେଷତ୍ୱ ଯୋଗୁ ପ୍ରାକୃତିକ ରୂପରେ ବଡ ଗଛ ପ୍ରାୟତଃ ହୁଏ ନାହିଁ । ସ୍ଥାନୀୟ ବାସିନ୍ଦା ସେମାନଙ୍କ ସୁବିଧା ଅନୁସାରେ ଏଠାରେ ବଂଚୁଥିବା କିଛି ଗଛ ଲଗାଇ ଉଦ୍ୟମ ଜାରୀ ରଖିଛନ୍ତି । ଗ୍ରୀନଲାଣ୍ଡକୁ ଶୀତଳ ମରୁଭୂମି କୁହାଯାଏ । ଏହା ସମ୍ପୂର୍ଣ୍ଣ ଭାବେ ବରଫ ଆଚ୍ଛାଦିତ । ସେହିପରି କାତାର ଏକ ମରୁଭୂମି । ଏଠାରେ ତୈଳ ଭଣ୍ଡାର ରହିଛି । ପ୍ରାକୃତିକ ତୁଳନାରେ ଅତ୍ୟଧିକ ବ୍ୟୟରେ ଏଠାରେ କୃତ୍ରିମ ପରିବେଶରେ ମନୁଷ୍ୟ ବସବାସ କରୁଛନ୍ତି । ବୈଜ୍ଞାନିକମାନଙ୍କ ଆପ୍ରାଣ ଉଦ୍ୟମ ବଳରେ ଏବେ ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଲଗାଯାଉଛି । ଓମାନରେ ୦.୦୧ ପ୍ରତିଶତ ବନାଂଚଳ ଥିଲା । ଏବେ ଏହା ଶୂନ ହୋଇଯାଇଛି । ସ୍ଥାନୀୟ ଲୋକ ଗଛ ଲଗାଇବା ସହ ଏହାକୁ ବଂଚାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।

Leave A Reply

Your email address will not be published.