Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ ଉପରେ କରୋନା ବିପଦ ଘନେଇଲା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାର ମୁଖ୍ୟ କାରଣ ହେଲା କରୋନା ଭାଇରସ । ଏହା ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଆୟୋଜକ କାପାନ ଓ ଅଲିମ୍ପିକ କମିଟି ଚିନ୍ତା ପ୍ରକଟ କରିଛି । ଜୁଲାଇ ସୁଦ୍ଧା କରୋନାଭାଇରସ ସ୍ଥିତି ନ ସୁଧୁରିଲେ ଅଲିମ୍ପିକ୍ସ ବର୍ଷ ଶେଷକୁ  ଘୁଞ୍ଚାଇବାକୁ ବିଚାର କରାଯାଉଛି ।

ଜାପାନର ଅଲମ୍ପିକ୍ସ ମନ୍ତ୍ରୀ ସେଇକୋ ହାସିମୋଟୋ ଜାପାନି ସଂସଦରେ କହିଛନ୍ତି ଯେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ସହିତ ଜାପାନ ସରକାରଙ୍କର ହୋଇଥିବା ଚୁକ୍ତି ଅନୁସାରେ ଏହାକୁ ବର୍ଷ ଶେଷ ପର‌୍ୟ୍ୟନ୍ତ ଘୁଞ୍ଚାଇବାରେ କୌଣସି ଅସୁବିଧା ନାହିଁ ।  କେବଳ ଅତି ଜରୁରୀପରିସ୍ଥିତି ପଡ଼ିଲେ ପ୍ରତିଯୋଗିତା ଘୁଞ୍ଚାଯିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଇଓସିର ସଭାପତି ଥମାସ ବେକ୍ କହିଛନ୍ତି ।

Leave A Reply

Your email address will not be published.