Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷରେ ଭାରତର ୬ଷ୍ଠ ସିରିଜ ବିଜୟ: ବୁମରାହ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର

ଭୁବନେଶ୍ୱର: ଶ୍ରୀଲଙ୍କାକୁ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୭୮ ରନରେ ପରାସ୍ତ କରି ୨-୦ରେ ସିରିଜ ବିଜୟୀ ହୋଇଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଷଷ୍ଠ ଟି୨୦ ସିରିଜ ବିଜୟ ।

ଉଭୟ ଦେଶ ମଧ୍ୟରେ ୭ ସିରିଜ ଖେଳାଯାଇଛି । ଗୋଟିଏ ସିରିଜ ଡ୍ରରେ ସମାପ୍ତ ହୋଇଛି । ଏହି ମ୍ୟାଚରେ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିବା ଜସପ୍ରୀତ ବୁମରା ଭାରତ ପକ୍ଷରୁ ଟି୨୦ରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି ।

ସେ ୪୪ ମ୍ୟାଚରେ ୫୩ ୱିକେଟ୍ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ୫୨ ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଏମାନଙ୍କ ପଛକୁ ଯଥାକ୍ରମେ ୟୁଜଭେନ୍ଦ୍ର ଚହଲ (୫୨), ଭୁବନେଶ୍ୱର କୁମାର (୪୧), କୁଲଦୀପ ଯାଦବ(୩୯) ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ୱିକେଟ୍ ନେଇ ୩ୟରୁ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି ।

ପ୍ରାୟ ୨୯ ମାସ ପରେ ଜାତୀୟ ଦଳକୁ ଫେରିଥିବା ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ସେ ମାତ୍ର ୬ ରନ କରିଥିଲେ । ଶିଖର ଧାୱନ ୩୬ ବଲରେ ୫୨ ରନ କରିଥିଲେ । ଏହା ତାଙ୍କ ଟି୨୦ କ୍ୟାରିୟରର ୧୦ମ ଅର୍ଦ୍ଧଶତକ ।

ଧାୱନ ଓ କେଏଲ ରାହୁଲ ପ୍ରଥମ ୱିକେଟ୍ ରେ ୯୭ ରନ ପାର୍ଟନରସିପ କରିଥିଲେ । ରାହୁଲଙ୍କ କ୍ୟାରିୟରର ଏହା ୯ମ ଅର୍ଦ୍ଧଶତକ ଥିଲା ।

Leave A Reply

Your email address will not be published.