Latest Odisha News

BREAKING NEWS

ରାସ୍ତାକଡ଼ରେ ମାଗୁଥିଲେ ଭିକ; ପରେ ଜଣାପଡିଲା ଭିକାରୀ ଜଣଙ୍କ କୋଟିପତି

ମନ୍ଦିର ପାଖରେ ବସି ଭିକ ମାଗୁଥିବା ଲୋକ ଯେ ଜଣେ କୋଟିପତି ହୋଇଥିବେ ତାହା ବିଶ୍ୱାସ କରିବା ଅନ୍ତତଃ ପକ୍ଷେ କଷ୍ଟକର । ଏହିଭଳି ଏକ ଅବିଶ୍ବନିୟ ଘଟଣା ଘଟିଛି ହରିୟାଣାରେ ।

BjdElectrycity

ହରିୟାଣାର ଏକ ମନ୍ଦିର ନିକଟରେ ଭିକ ମାଗୁଥିବା ଜଣେ ଭିକାରୀ ଯେ, କୋଟିପତି ହୋଇଥିବେ ତାହା କେହି କେବେ ଚିନ୍ତା କରି ନଥିଲେ । ମନ୍ଦିର ବାହାରେ ଏକ ସଂସ୍ଥା ଭିକାରୀମାନଙ୍କ ସେବା ଶୁଶ୍ରୁଷା କରିବା ଅବସରରେ ଜଣାପଡିଲା ଯେ, ଉପରୋକ୍ତ ଭିକାରୀ ଜଣକ କୋଟିପତି ଏବଂ ତାଙ୍କ ଘର ଉତ୍ତରପ୍ରଦେଶର ଆଜମଗଡରେ ।

ଘଟଣାଟି ଏପରି ଘଟିଥିଲା- ଭିକାରୀମାନଙ୍କୁ ସଫା ସୁତୁରା କରିବା ସହ ପୋଷାକ ଯୋଗାଉଥିବା ଏକ ସଂସ୍ଥା ସେମାନଙ୍କ କାର୍ଯ୍ୟ କରୁଥିବା ବେଳେ ଜଣେ ଭିକାରୀ ସହିତ କଥାବାର୍ତ୍ତା ବେଳେ ସେ ଗୋଟେ ଫୋନ ନମ୍ବର ମନେ ପକାଇ କହିଥିଲେ । ଏହି ନମ୍ବରରେ ଯୋଗାଯୋଗ କରିବାରୁ ସେ ଜଣେ କୋଟିପତି ଏବଂ ତାଙ୍କ ନାମ ଧନଞ୍ଜୟ ଠାକୁର ବୋଲି ଜଣା ପଡିଥିଲା ।

ତାଙ୍କ ବାପାଙ୍କ ନାମ ରାଧେଶ୍ୟାମ ସିଂ ଏବଂ ସେ କଲିକତାର ଏକ ବଡ କମ୍ପାନୀରେ ଏଚଆର ଥିଲେ । ଏହା ବ୍ୟତୀତ ୟୁପିରେ ତାଙ୍କର ପ୍ରଚୁର ଜମିବାଡି ଏବଂ ବ୍ୟବସାୟ ଥିଲା । ସେ ଜଣେ ନିଶାଗ୍ରସ୍ତ ଯୁବକ ଥିଲେ । ଘରଲୋକ ବହୁତ ବୁଝାଇଲେ ମଧ୍ୟ ସେ ବଦଳି ନ ଥିଲେ ।

୨ ବର୍ଷ ପରେ ହଠାତ୍ ଘରୁ ଗାୟବ ହୋଇଗଲେ । ବହୁତ ଖୋଜାଖୋଜି ପରେ ତାଙ୍କ ପତା ମିଳି ନ ଥିଲା ବୋଲି ଧନଞ୍ଜୟଙ୍କ ଠିକଣା ପାଇ ତାଙ୍କୁ ନେବାକୁ ଆସିଥିବା ଭଉଣୀ ନେହା କହିଛନ୍ତି ।

ଭାଇଙ୍କୁ ଦେଖି ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଧନଞ୍ଜୟ ଏକମାତ୍ର ପୁତ୍ର ବୋଲି ପରିବାରର ସମସ୍ତେ ତାଙ୍କୁ ଗେହ୍ଲା କରୁଥିଲେ । ଗ୍ରାଜୁଏଶନ ପରେ ସେ ନିଶା କବଳରେ ପଡି ଯାଇଥିଲେ । ଭାଇଙ୍କ ଫେରିବା ପାଇଁ ନେହା ଗୁରୁବାର ବ୍ରତ ରଖିଥିଲେ ।

” ଭାଇ ତୁମର ଯଦି ଫୋନ ନମ୍ବର ମନେଥିଲା ଆଗୁଆ କାହିଁକି କଲ କରି ନଥିଲ” ବୋଲି ଅଭିମାନର ସହ ଭାଇଙ୍କୁ ପଚରାଥିଲେ ଭଉଣୀ ନେହା।

Comments are closed.