Latest Odisha News

BREAKING NEWS

ଆଇଇଏସ୍ ଟପ୍ପର ହେଲେ ଓଡିଆ ପୁଅ ଅଂଶୁମାନ

ଭୁବନେଶ୍ୱର: ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ୨୦୧୯ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କାମିଲା।

ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ସନ୍ତୋଷ କମିଲା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରଙ୍କ ପୁଅ।

ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକରୁ ସ୍ନାତକୋତ୍ତର ହାସଲ କରିବା ପରେ ଜେଏନୟୁରୁ ଏମଫିଲ୍ କରିଥିଲେ।

ସେ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଥିବା ୩୨ ଜଣଙ୍କ ମଧ୍ୟରେ ଏକ ନଂ ସ୍ଥାନ ହାସଲ କରିଛନ୍ତି। ନିଜ ଖୁସି ବ୍ୟକ୍ତ କରିବା ସହ ଅଂଶୁମାନ ସମସ୍ତ ସଫଳତାର ଶ୍ରେୟ ଶିକ୍ଷକ, ମା-ବାପା, ଦାଦା ଓ ସାଙ୍ଗମାନଙ୍କୁ ଦେଇଛନ୍ତି । ଯେଉଁମାନେ ତାଙ୍କୁ ଏଦିଗରେ ପ୍ରୋତ୍ସାହିତ କରିଥିଲେ ।

ଅଂଶୁମାନ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାସ୍ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ କହିଛନ୍ତି, “ପାଠ ପଢିବା ଲାଗି କେତେ ସମୟ ଦେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ଆପଣ ନିୟମିତ ଭାବେ କିଛି କିଛି ସମୟ ପରୀକ୍ଷା ପାଇଁ ଦେଉଛନ୍ତି, ତା’ ହେଲେ ମଧ୍ୟ ଆପଣାଙ୍କୁ ସଫଳତା ମିଳିପାରିବ” ।

“ମୁଁ ମୋ କାର୍ଯ୍ୟକାଳ ମଧ୍ୟରେ ଓଡିଶା ଲାଗି କାମ କରିବା ପାଇଁ ପ୍ରଚେଷ୍ଟା କରିବି । ଏହାବ୍ୟତିତ ଆର୍ଥିକ ପଲିସି ସମୟରେ ରାଜ୍ୟର ରାଜକୋଷୀୟ ନୀତି ପ୍ରସ୍ତୁତ କରୁଥିବା ଟିମର ଏକ ଅଂଶବିଶେଷ ହେବାକୁ ଚାହିଁବି” ବୋଲି କହିଛନ୍ତି ।

ଆହୁରି ମଧ୍ୟ ସେ ଓଡିଶାରୁ ଆଇଇଏସ୍ ଆଶାୟୀ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସିଲାବସରେ ଯାହା ଅଛି ତା’କୁ ଫଲୋ କରନ୍ତୁ । ସିଲାବସ୍ ଅନୁଯାୟୀ ସବୁଦିନ କିଛି କିଛି ଭଲଭାବେ ପାଠ ପଢିଲେ ନିହାତି ଭାବେ ମେରିଟ୍ ଲିଷ୍ଟରେ ଆସିପାରିବେ।

 

Leave A Reply

Your email address will not be published.