Latest Odisha News

କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍‌ରାହ ?

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍‌ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍‌ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍‌ରାହ ଅନ୍ୟ ଖେଳାଳିଙ୍କଠାରୁ ଅଧିକ ପାଉଣା ପାଇଛନ୍ତି ।

ବିରାଟ୍ ଓ ବୁମ୍‌ରାହ ଉଭୟ ବିସିସିଆଇ ନିକଟରେ ଏ ଗ୍ରେଡ୍ କଣ୍ଟ୍ରାକ୍ଟ ସହ ଅନୁବନ୍ଧିତ । ତେବେ ବିରାଟ ଯଦି ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ଖେଳିଥାନ୍ତେ, ତା ହେଲେ ସେ ମ୍ୟାଚ୍ ଫି ମାମଲାରେ ବୁମ୍‌ରାହଙ୍କ ଉପରେ ରହିଥାନ୍ତେ ।

ମ୍ୟାଚ୍ ଫି ବାବଦକୁ ବୁମ୍‌ରାହ ୧ କୋଟି ୩୮ ଲକ୍ଷ ଟଙ୍କା ପକେଟ୍‌ରେ ପୁରାଇଥିଲାବେଳେ କୋହଲି ପାଇଛନ୍ତି ୧ କୋଟି ୨୯ ଲକ୍ଷ ଟଙ୍କାର ଚେକ୍ । ମ୍ୟାଚ୍ ଫି ମାମଲାରେ ତୃତୀୟ ସ୍ଥାନରେ ରହିଛନ୍ତି ରବୀନ୍ଦ୍ର ଜାଡେଜା । ଜାଡେଜା ବି ଏ ଗ୍ରେଡ୍ କଣ୍ଟ୍ରାକ୍ଟ ସହ ଅନୁବନ୍ଧିତ ଥିଲାବେଳେ ଚଳିତବର୍ଷ ନିଜ ଆକାଉଣ୍ଟରେ ୯୬ ଲକ୍ଷ ଟଙ୍କା ମ୍ୟାଚ ଫି ଭାବେ ଜମା କରିଛନ୍ତି ।

ଅନ୍ୟପଟେ ଏକମାତ୍ର ଭାରତୀୟ କ୍ରିକେଟର୍ ଭାବେ ରୋହିତ ଶର୍ମା ଏ ପ୍ଲସ୍ ଚୁକ୍ତିରେ ଅନୁବନ୍ଧିତ । ଆହତ ସମସ୍ୟା ଯୋଗୁଁ ସେ ମାତ୍ର ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚକୁ ଓହ୍ଲାଇଥିଲେ । ପାଉଣା ବାବଦକୁ ଏହି ଖେଳାଳି ମାତ୍ର ୩୦ ଲକ୍ଷ ଟଙ୍କାର ଚେକ୍ ହାସଲ କରିଥିଲେ ।

Comments are closed.