Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି । ଗତ ବର୍ଷ ସେପ୍ଟମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସେ ଆଘାତପ୍ରାପ୍ତ ହୋଇ ଦଳରୁ ଓହରି ଯାଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ ସପ୍ତାହ ତଳେ ବୁମରାହ ଟିମକୁ ଫେରିଥିଲେ । ପୁନର୍ବାର ସେ ଓହରିଯିବା ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିିରିଜରେ ସେ ଦ୍ୱିତୀୟ ଓ ତୃତୀୟ ମ୍ୟାଚରେ ଖେଳିଥିଲେ । ଏହା ପରେ ପୁନର୍ବାର ଆଘାତପ୍ରାପ୍ତ ହୋଇ ଦଳରୁ ବାଦ ପଡିଥିଲେ ।

ଏହି ସମସ୍ୟା ଯୋଗୁ ସେ ଟି୨୦ ବିଶ୍ୱକପରେ ମଧ୍ୟ ଖେଳିପାରି ନ ଥିଲେ । ବୁମରାହଙ୍କ ବ୍ୟତୀତ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗତ ବର୍ଷ ଅଗଷ୍ଟରୁ ଦଳରୁ ବାହାରେ ଅଛନ୍ତି ।

Leave A Reply

Your email address will not be published.