Latest Odisha News

BREAKING NEWS

ରିଲିଜ ପୂର୍ବରୁ ବକ୍ସ ଅଫିସରେ ‘ଯୱାନ’ କ୍ରେଜ୍, ଆଡଭାନ୍ସ ବୁକିଂରେ ୯ କୋଟି

ମୁମ୍ବାଇ: ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କଲାଣି ଫିଲ୍ମ ‘ଯବାନ’ । ଆଡଭାନ୍ସ ବୁକିଂରେ ୯ କୋଟି ଟଙ୍କା କମାଇଲାଣି ଶାହାରୁଖଙ୍କ ‘ଯବାନ’ ଫିଲ୍ମ । ଏବେସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି।

ଶାହାରୁଖଙ୍କ ଫିଲ୍ମ ଜବାନ ସ୍କ୍ରିନିଂ ପାଇଁ ମାତ୍ର କିଛି ଘଣ୍ଟା ବାକି ରହିଛି । ତେବେ ଫିଲ୍ମ ପ୍ରଥମ ଦିନ ପାଇଁ ବର୍ତ୍ତମାନ ସୁଦ୍ଧା ୧ ମିଲିୟନ୍ ଆଡଭାନ୍ସ ଟିକେଟ୍ ବିକ୍ରି କରିସାରିଲାଣି । ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ମେକର୍ସ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଦୁଇ ଦିନ ପରେ ରିଲିଜ ହେବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ । ଟ୍ରେଲର ରିଳିଜ ହେବାର କିଛି ସମୟ ଭିତରେ ମିଲିଅନ୍ସ ଭିଉଜ ହୋଇଥିଲା ଫିଲ୍ମ ।

ଅଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ‘ଜବାନ’ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର 7ରେ ରିଲିଜ କରିବ । ଏହି ଫିଲ୍ମରେ ଦୀପିକା ପାଦୁକୋନ କ୍ୟାମିଓ ରୋଲରେ ନଜର ଆସିବାକୁ ବେଳେ ଶାହାରୁଖ ଖାନଙ୍କ ବ୍ୟତୀତ ନୟନତାରା, ବିଜୟ ସେଥୁପତି, ପ୍ରିୟମଣି ଏବଂ ସାନିଆ ମାଲହୋତ୍ରାଙ୍କୁ ଦେଖିବାକୁ ମିଳିବ। ଜବାନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ବରେ ରିଲିଜ ହେବ ।

Leave A Reply

Your email address will not be published.