Latest Odisha News

BREAKING NEWS

୪୮୦ କୋଟିରେ ବିକ୍ରି ହେଲା ଶାହାରୁଖଙ୍କ ଯବାନ, ଡଙ୍କିର ନନ ଥିଏଟରିକାଲ ରାଇଟ୍ସ : ରିପୋର୍ଟ

ମୁମ୍ବାଇ: ଚଳିତ ବର୍ଷ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ବଲିଉଡରେ ବ୍ୟବସାୟର ସମସ୍ତ ରେକର୍ଡ ଭଙ୍ଗ କରିଥିଲେ । ଏବେ ସେ ଅଟଲୀ କୁମାରଙ୍କ ଯବାନ ଓ ରାଜକୁମାର ହୀରାନୀଙ୍କ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଚଳିତ ବର୍ଷ ଏହି ୨ଟି ଯାକ ଫିଲ୍ମ ରିଲିଜ ହେବା ଏକପ୍ରକାର ଚୂଡାନ୍ତ ହୋଇଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖଙ୍କ ଏହି ୨ଟି ଫିଲ୍ମର ନନ ଥିଏଟରିକାଲ ରାଇଟ୍ସ ୪୮୦ କୋଟି ଟଙ୍କାରେ ବିକ୍ରି ହୋଇ ରେକର୍ଡ କରିଛି । ଯବାନ ୨୫୦ ଓ ଡଙ୍କି ୨୩୦ କୋଟିରେ ବିକ୍ରି ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

୧୨ ଜୁଲାଇରେ ହଲିଉଡ ଫିଲ୍ମ ମିଶନ ଇମ୍ପପସିବଲ ୭ ସହ ଯବାନର ଟ୍ରେଲର ରିଲିଜ ହେବ । ସେପ୍ଟମ୍ବର ୭ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସେହିପରି ଡଙ୍କିରେ ଶାହାରୁଖ ଓ ତାପସୀ ପନ୍ନୁଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ସୂଚନାଯୋଗ୍ୟ, ଆମେରିକାରେ ଶାହାରୁଖ ଶୁଟିଂ କରୁଥିବା ବେଳେ ଆହତ ହୋଇଥିବା ଖବର ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ତେବେ ମୁମ୍ବାଇ ଏୟାରପୋର୍ଟରେ ଶାହାରୁଖଙ୍କୁ ଫିଟ ଦେଖି ଉକ୍ତ ଖବରକୁ ଗୁଜବ ଭାବେ ଚିତ୍ରଣ କରାଯାଉଛି ।

Leave A Reply

Your email address will not be published.