Latest Odisha News

BREAKING NEWS

ଘୁଂଚିବ କି ଯବାନ ଫିଲ୍ମର ରିଲିଜ ତାରିଖ ?

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଯବାନ ଉପରେ ସମସ୍ତଙ୍କ ନଜର । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜବାନ ଜୁନ ୨ ବଦଳରେ ୨୯କୁ ରିଲିଜ ହୋଇପାରେ । ଯବାନର ଟିଜର ବଜାରକୁ ନ ଆସିବା ନେଇ ଏହି ସନ୍ଦେହ ବ୍ୟକ୍ତ କରାଯାଉଛି । ଫିଲ୍ମର ପ୍ରଡକ୍ସନ କମ୍ପାନୀ ରେଡ ଚିଲିଜ ଏଂଟରଟେନମେଂଟ ଏହାର ପ୍ରମୋଶନ ମଧ୍ୟ ଆରମ୍ଭ କରିନି । ପୂର୍ବରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଯୋଦ୍ଧା ଓ ଆୟୁଷ୍ମାନ ଖୁରାନଙ୍କ ଡ୍ରିମ ଗର୍ଲର ରିଲଜକୁ ଘୁଂଚାଇ ଦିଆଯାଇଥିଲା । ଏହି ୨ଟି ଫିଲ୍ମ ଜୁନ ଓ ୭ରେ ରିଲିଜ ହୋଇଥାନ୍ତା । ଯବାନ ଯୋଗୁ ଏହାର ରିଲିଜ ତାରିଖ ଘୁଂଚା ଯାଇଥିବା ଅନୁମାନ କରାଯାଉଥିଲା ।

ଅପରପକ୍ଷରେ କାର୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ସତ୍ୟପ୍ରେମ କି କଥା ଜୁନ ୨୯ରେ ରିଲିଜ ହେବାକୁ ଅଛି । ନାଡିୟାଡୱାଲା ଗ୍ରାଣ୍ଡସନ ପ୍ରଡକ୍ସନ ଏହି ଫିଲ୍ମର ରିଲିଜ ତାରିଖ ଘୁଂଚାଇବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ଯବାନର ମେକର୍ସ ଖୁବଶୀଘ୍ର ଏହା କେବେ ରିଲିଜ ହେବ ତାହା ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, ଯବାନରେ ଶାହାରୁଖଙ୍କ ବ୍ୟତୀତ ନୟନତାରା, ବିଜୟ ସେତୁପତି ଓ ସାନ୍ୟା ମାଲହୋତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମରେ ଦୀପିକା ପାଦୁକୋନଙ୍କ ସ୍ପେଶାଲ ଅପିୟରାନ୍ସ ମଧ୍ୟ ରହିଛି ।

Leave A Reply

Your email address will not be published.