Latest Odisha News

BREAKING NEWS

ବିଜେଡି, ବିଜେପି ଛାଡିବା ପରେ ଏବେ କଂଗ୍ରେସରେ ମିଶିବେ ଜୟରାମ ପାଙ୍ଗି

ଭୁବନେଶ୍ୱର:ହାତ ଧରିବେ ଜୟରାମ ପାଙ୍ଗି   । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ପାଙ୍ଗି । କଂଗ୍ରେସରେ ରହି ବିକାଶର କାମ କରିବେ ବୋଲି କହିଛନ୍ତି ପାଙ୍ଗି । ଜନତା ଦଳରୁ ଆସି ଶଙ୍ଖ ଓ ଫୁଲ ଧରିବା ପରେ ଏବେ ହାତ ଧରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

କିଛି ଦିନ ତଳେ ଜୟରାମ ପାଙ୍ଗି ବିଜେପି ଛାଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ ଦଳରେ ମିଶିଥିଲେ  । ହେଲେ ଏବେ କଂଗ୍ରେସରେ ମିଶିବେ ବୋଲି କହିଛନ୍ତି ।

କିଛି ଦିନ ପୂର୍ବରୁ ବିଆରଏସ ଛାଡି ଜୟରାମ ପାଙ୍ଗି କଂଗ୍ରେସକୁ  ଆସି ପାରନ୍ତି ବୋଲି ଆଲୋଚନା ହେଉଥିଲା । ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିଲେ । ଏପରିକି ମିଡିଆକୁ ବାର୍ତ୍ତା ଦେଇ ସେ କହିଥିଲେ,ତାଙ୍କର ବିଜଡି ବା ବିଜେପି ସହ ମିଶିବାର ନାହିଁ । ତେବେ ଜାତୀୟ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ବୋଲି ଗତ ଅଗଷ୍ଟ ମାସରେ ସେ କହିଥିଲେ ।  ଏବେ କଂଗ୍ରେସରେ ମିଶିବେ ବୋଲି ଖୋଲାଖୋଲି କହିଛନ୍ତି ।

ସୂଚନାଥାଉ କି, ଜୟରାମ ପାଙ୍ଗି  ବିଜେଡି କୋରାପୁଟ ଲୋକସଭା ଆସନରୁ ବିଜେଡି ଟିକେଟରେ ୨୦୦୯ରେ ଜିତିଥିଲେ । ପରେ ୨୦୧୭ ମେ’ ୯ରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ତେବେ ୨୦୧୯ ନିର୍ବାଚନାରେ ସେ ସେହି ନିର୍ବାଚନ ମଣ୍ଡଳୀରୁ ହାରିଥିଲେ । ଏଥିସହିତ ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ଆସନରୁ ଲଢି ଚାରିଚାରି ଥର ଜିତିଥିଲେ ।

Leave A Reply

Your email address will not be published.