Latest Odisha News

BREAKING NEWS

JEE ଆଡ଼ଭାନ୍ସ ୨୦୨୦ ପାଇଁ କିପରି କରିବେ ଆଡ଼ମିଟ କାର୍ଡ ଡାଉନଲୋଡ, ଜାଣନ୍ତୁ

ନୂଆଦିଲ୍ଲୀ: JEE ଆଡଭାନ୍ସ ୨୦୨୦ ସୋମବାର ଆଡମିଟ୍ କାର୍ଡ ରିଲିଜ କରିଛି। ତେବେ ଏଥିରେ ପଞ୍ଜୀକୃତ କରିଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ମାଧ୍ୟମରେ ଅନ୍ଲାଇନରେ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଆଇଆଇଟି ଏବଂ ଆଇଏସସିରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ସେପ୍ଟେମ୍ବର ୨୭ ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ JEE ଆଡଭାନ୍ସ ୨୦୨୦ ର ଆୟୋଜକ ଆଇଆଇଟି-ଦିଲ୍ଲୀ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ କେବଳ ୧,୬୦,୮୬୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ଆଇଆଇଟି ଆଲୁମିନି ଛାତ୍ରଛାତ୍ରୀମାନେ JEE ମେନ୍ ଏବଂ JEE ଆଡଭାନ୍ସଡ୍ ୨୦୨୦ ପରୀକ୍ଷା ପାଇଁ ଏକ ପୋର୍ଟାଲ୍ ଲଞ୍ଚ କରିଥିଲେ। ଚଳିତ ବର୍ଷ JEE ଆଡଭାନ୍ସ ପୂର୍ବ ଅପେକ୍ଷା ଅଧିକ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ସଂଖ୍ୟା ଗତ ବର୍ଷ ୧୬୪ ଥିବା ବେଳେ ଚଳିତ ବର୍ଷ ୨୨୨ କୁ ବୃଦ୍ଧି ପାଇଛି।

ଛାତ୍ରମାନେ କିପରି କରିବେ ଆଡମିଟ୍ କାର୍ଡ ଡାଉନଲୋଡ୍…

୧. ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ଲାଗଇନ କରନ୍ତୁ

୨. ଆଡମିଟ୍ କାର୍ଡ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |

୩. ପରିଚୟପତ୍ର ବ୍ୟବହାର କରି ଲଗଇନ୍ କରନ୍ତୁ

୪.ବର୍ତ୍ତମାନ ଡାଉନଲୋଡ୍ ପାଇଁ ଆପଣଙ୍କ ଆଡମିଟ୍ କାର୍ଡ ଉପଲବ୍ଧ ହେବ

Leave A Reply

Your email address will not be published.