Latest Odisha News

BREAKING NEWS

ଆଜିଠୁ ଜେଇଇ ମେନ୍ ପରୀକ୍ଷା, ଅନଲାଇନ୍ ମୋଡ଼ରେ ଏକଜାମ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ନ୍ୟାସନାଲ୍ ଟେଷ୍ଚିଂ ଏଜେନ୍ସୀ(ଏନଟିଏ) ଏହାର ପରିଚାଳନା କରୁଛି । ଦେଶରେ ମୋଟ୍ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ପ୍ରବେଶିକା ଆସନ୍ତା ୧୬ ତାରିଖ ଯାଏ ଚାଲିବ ।

ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପ୍ରଥମ ସିଫ୍ଟ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଛାତ୍ରଛାତ୍ରୀ ଦ୍ୱିତୀୟ ସିଫ୍ଟ ପରୀକ୍ଷା ଦେବେ । ସଂପୂର୍ଣ୍ଣ ଅନଲାଇନ୍ ମୋଡ଼ରେ ପରୀକ୍ଷା ହେବ । ୪ଟି ସେସନ୍ ପାଇଁ ଚଳିତବର୍ଷ ଦେଶରୁ ମୋଟ ୨୨ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକର କରିଛନ୍ତି ।

ଓଡ଼ିଶାର ୧୭ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାରିପଦା, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର, ଭବାନୀପାଟଣା ଓ ଜୟପୁରରେ ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି ।

ଜେଇଇ ମେନ୍ ଚଳିତବର୍ଷଠାରୁ ୪ଟି ସେସନରେ ହେବ । ଛାତ୍ରଛାତ୍ରୀ ଚାହିଁଲେ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଚାରି ଥର ପ୍ରବେଶିକା ପରୀକ୍ଷା ଦେଇପାରିବେ । ଭଲ ରାଙ୍କ ଆଧାରରେ ନାମଲେଖା ହେବ । ପରୀକ୍ଷା ଲାଗି ଏଥର ବି କଡ଼ା କଟକଣା ଲାଗୁ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଅନୁଷ୍ଠିତ ହେଉଛି ପରୀକ୍ଷା ।

Leave A Reply

Your email address will not be published.