Latest Odisha News

BREAKING NEWS

ଝାଡ଼ଖଣ୍ଡରେ ବିଜେପି ଗାଦି ସୁରକ୍ଷିତ ରଖିପାରିବତ?

ଋାଞ୍ଚି: ଆଉ ଦୁଇଦିନ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ଅନୁଷ୍ଠିତ ହେଉଛିି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଯେଉଁ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ପ୍ରଦିଦ୍ୱନ୍ଦିତା ହେଉଛି ସେହି ଦଳଗୁଡ଼ିକ ହେଲେ ଶାସକ ବିଜେପି ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସର ମେଣ୍ଟଦଳଗୁଡ଼ିକ ମଧ୍ୟରେ । ଅନ୍ୟ ଦଳ ଗୁଡ଼ିକ ଏହି ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ଥିଲେ ମଧ୍ୟ ବିଜେପି ଓ ଜେଏମଏମ-କଂଗ୍ରେସ ମେଣ୍ଟ ମଧ୍ୟରେ ଏହି ଲଢେଇ ହେଉଛି ।

BjdElectrycity

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ମିଳିତ ମେଣ୍ଟ କରିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମଧ୍ୟ ଏଥିରେ ସାମିଲ୍ ହୋଇଛି । ଏଠାରେ ଆରଜେଡ଼ିର ବିଶେଷ ପ୍ରଭାବ ନଥିଲେ ମଧ୍ୟ ବିହାର ନିକଟବର୍ତ୍ତୀ କିଛି ଜିଲ୍ଲାରେ ସାମାନ୍ୟ ପ୍ରଭାବ ରହିଛି ।

ଯଦି ୨୦୧୪ରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରାଯିବ ତେବେ ବିଜେପି ଏହି ନିର୍ବାଚନରେ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡ଼େଣ୍ଟସ ୟୁନିୟନ (ଏଜେଏସୟୁ) ସହିତ ମେଣ୍ଟ କରି ୮୧ଟି ଆସନରୁ ୪୨ଟି ସିଟ୍ ହାସଲ କରି ସଂଖ୍ୟା ଗରିଷ୍ଠତା ହାସଲ କରିପାରିଥିଲା । ସରକାର ଗଠନ କରିଥିଲା ବିଜେପି ମେଣ୍ଟ । ଝାଡ଼ଖଣ୍ଡରେ ମେଣ୍ଟ ରାଜନୀତି ତିଷ୍ଠି ପାରିବା ସହିତ ସରକାର ଗଠନରେ ଛୋଟ ଛୋଟ ଆଞ୍ଚଳିକ ଦଳଗୁଡ଼ିକର ପ୍ରୟୋଜନ ହୋଇଥାଏ । ତେଣୁ ଚଳିତ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକା ଏକା ନିର୍ବାଚନ ଲଢି ପରାଜୟ ବରଣ କରିବା ଅପେକ୍ଷା ମେଣ୍ଟକୁ ଶ୍ରେୟସ୍କର ମଣିଛନ୍ତି । ଏଥର ଶାସକ ବିଜେପି କଂଗ୍ରେସ-ଜେଏମଏମ ମେଣ୍ଟର କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛି । ପ୍ରାୟ ଅଧିକାଂଶ ଆସନରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି ।

ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ଝାଡ଼ଖଣ୍ଡରେ ବିଜେପି- ଏଜେଏସୟୁ ମେଣ୍ଟ ସମୁଦାୟ ୧୪ଟି ଆସନ ମଧ୍ୟରୁ ୧୩ଟି ଆସନ ପୋଛି ନେଇଥିଲେ । ଦେଖିବାକୁ ଗଲେ ସମୁଦାୟ ଭୋଟର ୫୩.୩ ପ୍ରତିଶତ ଏହି ବିଜେପି ମେଣ୍ଟ ହାସଲ କରିପାରିଥିଲା । ଏହି ମେଣ୍ଟର ପ୍ରଭାବ ସାରାରାଜ୍ୟର ପ୍ରାୟ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ରହିଥିବାର ଲକ୍ଷ୍ୟ କରାଯାଉଛି ।

ଚଳିତ ନିର୍ବାଚନରେ ଏନଡ଼ିଏର ବିଜେପି ଏକାକୀ ୭୧ଟି ଆସନରେ ନିଜର ପ୍ରାର୍ଥୀ ଦେଇଥିବା ବେଳେ ମେଣ୍ଟର ଅଂଶିଦାର ଦଳ ଏଜେଏସୟୁ ୧୩ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛି । ସେପଟେ ୟୁପିଏ ପକ୍ଷରୁ କଂଗ୍ରେସ ୩୧ଟି ଆସନରେ ଏବଂ ଜେଏମଏମ ୪୩ଟି ଆସନରେ ନିର୍ବାଚନ ଲଢୁଛି । ଆରଜେଡ଼ି ୭ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଲଢିବାର ସୁଯୋଗ ଦେଇଛି ।

ରାଜ୍ୟରେ ଶିବୁ ସୋରେନଙ୍କ ପ୍ରତିଷ୍ଠିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଧ୍ୟ ବେଶ୍ ପ୍ରଭାବ ରହିଛି । ପୂର୍ବରୁ ବିଜେପି ସହିତ ମେଣ୍ଟ କରିଥିଲା ଜେଏମଏମ । ଏହି ମେଣ୍ଟ ଭାଙ୍ଗିଯିବା ପରଠାରୁ ଜେଏମଏମ ପରବର୍ତ୍ତୀ ନିର୍ବାଚନ ଗୁଡ଼ିକରେ ନିଜର ଭୋଟହାର ହ୍ରାସ କରିବାରେ ଲାଗିଛି । ତେଣୁ କଂଗ୍ରେସର ରାଜ୍ୟରେ ବିଶେଷ ପ୍ରଭାବ ନଥିଲେ ମଧ୍ୟ ଜେଏମଏମ ସହିତ ମେଣ୍ଟ କରିବା ପରେ ଏହି ମେଣ୍ଟ ବିଜେପିକୁ ଏକପ୍ରକାର ଟକ୍କର ଦେଉଛି କହିଲେ ଚଳେ । ଜେଏମଏମର ବରିଷ୍ଠ ନେତାଙ୍କ କହିବାନୁଯାୟୀ ଏଥର ନିର୍ବାଚନରେ ଜେଏମଏମ ପୂର୍ବାପେକ୍ଷା ଭଲ ଭୋଟ ଅକ୍ତିଆର କରିପାରିବ ।

ଏବେ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିବା ଯୋଗୁଁ ସବୁଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ଏହି ନିର୍ବାଚନରେ ବିଜେପି କେତେକ ଜାତୀୟ ପ୍ରସଙ୍ଗ ଯେମିତିକି ରାମ ମନ୍ଦିର ପ୍ରସଙ୍ଗ ହେଉ କି କାଶ୍ମୀର ପରିସ୍ଥିତିରେ ଉନ୍ନତି ତାହାକୁ ନେଇ ଏହି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚେଷ୍ଟା କରିଚାଲିଛି । କଂଗ୍ରେସର ଜାତୀୟସ୍ତରର ବରିଷ୍ଠ ନେତାମାନେ ଏଠାକୁ ପ୍ରଚାର ଲାଗି ଆସିଥିବା ବେଳେ ବିଜେପି ପକ୍ଷରୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର କରି ଯାଇଛନ୍ତି ।

ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ରଘୁବର ଦାସ ମୋଦୀଙ୍କ ସରକାରଙ୍କ ସଫଳତାକୁ ପୁଞ୍ଜିକରି ଏହି ନିର୍ବାଚନରେ ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅଧିକାଂଶ ଜାତୀୟ ସ୍ତରର ବିଜେପି ନେତାମାନେ ଝାଡ଼ଖଣ୍ଡ ଆସି ନିର୍ବାଚନ ପ୍ରଚାର କରି ଯାଇସାରିଛନ୍ତି ।

Leave A Reply

Your email address will not be published.