Latest Odisha News

BREAKING NEWS

ତାନ୍ତ୍ରିକର ପରିଚୟ ଦେଇ ଅନଲାଇନରେ ୧.୨ ଲକ୍ଷ ଟଙ୍କା ଠକିନେଲେ ଯୁବକ

କୋରାପୁଟ: କୋରାପୁଟ ଜିଲ୍ଲାର ଏକ ବ୍ୟକ୍ତି ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ନିକଟରୁ ୧.୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର ଜିତେନ୍ଦ୍ର କୁମାର ଧୀରଜଙ୍କ ପାଖକୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା ।

ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ଜଣେ ତାନ୍ତ୍ରିକର ପରିଚୟ ଦେଇଥିଲେ । ଏବଂ ଜିତେନ୍ଦ୍ରଙ୍କ ପରିବାର ଓ କୃଷି ସମ୍ବନ୍ଧିୟ ସମସ୍ତ ଅସୁବିଧକୁ ସମାଧାନ କରିବା ନେଇ ପ୍ରକାଶ କେଲେ । ଯେଉଁଥି ପାଇଁ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଦାବି ମଧ୍ୟ କରିଥିଲେ ।

ଉକ୍ତ ତାନ୍ତ୍ରିକଙ୍କ କଥାରେ ଭରସା କରି ଜିତେନ୍ଦ୍ର ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେ କହିଥିବା ଧନରାଶି ଜମା କଲେ ।

ଟଙ୍କା ଜମା କରିବାର କିଛି ସମୟ ପରର ଜିତେନ୍ଦ୍ର ଯେତେବେଳେ ସେ ତନ୍ତ୍ରିକକୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, ତାଙ୍କ ଫୋନ ବନ୍ଦ ଥିବା ଜାଣିବାକୁ ପାଇଲେ । ଏହାପରେ ଜିତେନ୍ଦ୍ର ଟଙ୍କା ଜମା କରିଥିବା ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ବ୍ୟାଙ୍କରେ ପତ୍ତା କରିବା ପରେ ଜାଣିବାକୁ ପାଇଲେ ଯେ, ଉକ୍ତ ବ୍ୟକ୍ତି ଜଣଙ୍କ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ବାସିନ୍ଦା ଅଟନ୍ତି ।

ଏନେଇ ଜିତେନ୍ଦ୍ର ଥାନାରେ ଏକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.