Latest Odisha News

BREAKING NEWS

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର; ଜଣେ ସିଆରପିଏଫ୍ ଯବାନ ସହିଦ, ୧୧ଟି ମାଓବାଦୀ ବଙ୍କର ଚିହ୍ନଟ

ଝାଡ଼ଖଣ୍ଡ: ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟ ଏନକାଉଣ୍ଟର। ଉକ୍ତ ଏନକାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଥିବା ଟୋଣ୍ଟୋ ଅଞ୍ଚଳର ଏକ ଜଙ୍ଗଲରେ ଶୁକ୍ରବାର ଏହି ଏନକାଉଣ୍ଟର ହୋଇଥିବା ପଶ୍ଚିମ ସିଂହଭୂମ ଜିଲ୍ଲା ଅଧୀକ୍ଷକ ଅଶୁତୋଷ ଶେଖର କହିଛନ୍ତି।

ପୋଲିସ ଏବଂ ସିଆରପିଏଫ୍ ଟିମ୍ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଏହି ଏନକାଉଣ୍ଟର ହୋଇଥିଲା। ଅଗଷ୍ଟ ୮ ତାରିଖରୁ ଟୋଣ୍ଟୋ ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ଏନକାଉଣ୍ଟର ସମୟରେ ଗୁଳିରେ ଆଘାତ ଲାଗିଥିବା ଦୁଇ CRPF  ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଏବଂ ମୁନ୍ନା ବୋଲି ଜଣାପଡିଛି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚିରେ ବିମାନ ଉଡ଼ାଣ କରାଯାଇଥିଲା, କିନ୍ତୁ ସୁଶାନ୍ତ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇ ଥିଲେ।

ଅନ୍ୟପଟେ ପୋଲିସ ଅଧିକାରୀ କହିଛନ୍ତି ଯେ ଅନ୍ୟ ଜଣେ ଯବାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଞ୍ଚିର ଧୁରଭା ସେକ୍ଟର-୨ ସ୍ଥିତ ସିଆରପିଏଫ୍ ଶିବିର ପରିଦର୍ଶନ କରି ସୁଶାନ୍ତଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅଧିକାରୀ କହିଛନ୍ତି ଯେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ ପୋଲିସ ଏକ ବିରାଟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ପ୍ରାୟ ୧୧ଟି ମାଓବାଦୀ ବଙ୍କର ଚିହ୍ନଟ ହୋଇଛି ଏବଂ ୧୭ଟି ଆଇଇଡି ଜବତ କରାଯାଇଛି।

Comments are closed.