Latest Odisha News

BREAKING NEWS

ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍; ମିଳିଲା ଟଙ୍କାର ପାହାଡ, ନୋଟ୍ ଗଣିଗଣି ମେସିନ ହାଲିଆ !

ରାଞ୍ଚି: ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ କାର୍ଯ୍ୟ ଜାରି ରହିଛି । ଏହି ପ୍ରରିପେକ୍ଷିରେ ଇଡି ୬ ରୁ ଅଧିକ ସ୍ଥାନରେ ରେଡ୍ କରିଛି । ଯେଉଁଥିରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବଙ୍କ ସହଯୋଗୀଙ୍କ ଘରେ ବଡ ଧରଣର ରେଡ୍ କରିଛି ଇଡି ।

BjdElectrycity

ଘଟଣାସ୍ଥଳରୁ ପୁଳା ପୁଳା ନଗଦ ଟଙ୍କା ଜବତ କରିଛି । ବର୍ତ୍ତମାନ ଉକ୍ତ ଜବତ ଟଙ୍କା ଗଣତି ଜାରି ରହିଛି । ତେବେ ଏହି ଛାପାମାରୀରେ ମିଳିଥିବା ନୋଟ୍ ଗୁଡିକ ସହ ଝାଡଖଣ୍ଡ ମନ୍ତ୍ରୀ ଆଲାମଗିର ଜଡିତ ଥିବା କୁହାଯାଉଛି । ନୋଟ୍ ଗଣିବା ନେଇ ବ୍ୟାଙ୍କ କର୍ମଚାରୀ ଓ ମେସିନ୍ ଗୁଡିକୁ ମଗା ଯାଇ ଗଣତି ଜାରି ରହିଛି ।

ସୂଚନାଯୋଗ୍ୟ, ଗତବର୍ଷ ଆଜିର ଦିନରେ ଝାଡଖଣ୍ଡର ଆଇଏଏସ୍ ପୂଜା ସିଙ୍ଗଲଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚାଢାଉରେ ୧୭ କୋଟି ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.