Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ଆଜି କେଉଁ ୧୭ଟି ଆସନରେ ହେଉଛି ନିର୍ବାଚନ, ଜାଣନ୍ତୁ…

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୭ଟି ଆସନରେ ଅନୁଷ୍ଠିତ ହେଉଛି ମତଦାନ ।

ଝାଡ଼ଖଣ୍ଡର ୮ଟି ଜିଲ୍ଲାରେ ଥିବା ୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସମୁଦାୟ ୩୦୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

ଯେଉଁ ୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟଗ୍ରହଣ ହେଉଛି ସେହି ଆସନ ଗୁଡ଼ିକ ହେଲା – କୋଡ଼ରମା, ବରକଠା, ବାରହି, ମାଣ୍ଡୁ, ହଜାରିବାଗ, ସିମାରିଆ, ବର୍କାଗାଓଁ, ରାମଗଡ଼, ଧନୱାର, ଗୋମିଆ, ବେରମୋ, ଇଛାଗଡ଼, ସିଲ୍ଲି, ଖିଜିରି, ରାଞ୍ଚି, ହାତିଆ ଏବଂ କାଂକି ନିର୍ବାଚନ ମଣ୍ଡଳୀ ।

ଏହି ୧୭ଟି ଆସନ ଲାଗି ୩୦୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୁରଷ ପ୍ରାର୍ଥୀ ୨୭୭ ଏବଂ ୩୨ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଆଜି ୧୨ଟି ମାଓପ୍ରବଣ ନିର୍ବାଚନ ମଣ୍ଡଳୀରେ ସକାଳ ୭ରୁ ଦିନ ୩ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୫ଟି ବିଧାନସଭା ଆସନରେ ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ।

ଏଠାରେ ସୂଚନା ଯୋଗ୍ୟ, ମୋଟ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେଉଥିବା ବେଳେ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ୪ର୍ଥ ପର୍ଯ୍ୟାୟ ଏବଂ ୨୦ ତାରିଖରେ ୫ମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ପୂର୍ବରୁ ନଭେମ୍ବର ୩୦ ତାରିଖରେ ୧ମ ପର୍ଯ୍ୟାୟ ଏବଂ ଡ଼ିସେମ୍ବର ୭ ତାରିଖରେ ୨ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇସାରିଛି ।

Leave A Reply

Your email address will not be published.