Latest Odisha News

BREAKING NEWS

ମୋବାଇଲ୍ ଧରିଲେ ମିଳିବ ଦଣ୍ଡ; ମାଲକାନଗିରିରେ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି: ମାଲକାନଗିରିରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମାଓବାଦୀମାନେ । ଏପରିକି ଗ୍ରାମବାସୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି ।

ଯାହାଫଳରେ ଅଣ୍ଡ୍ରାପଲ୍ଲୀ ପଞ୍ଚାୟତର କଟରା ଓ ଅରାପଦାର ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି ।

ଏହି ବାମପନ୍ଥୀଙ୍କ ପକ୍ଷରୁ ରାସ୍ତା କଡରେ ଏନେଇ ଏକ ଲିଖିତ ନୋଟିସ୍ ଲଗାଯାଇଛି ।

ଉକ୍ତ ନୋଟିସ୍ ଅନୁଯାୟୀ, ଯେଉଁ ଗ୍ରାମବାସୀ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ନେଇ ଜଣାପଡିବ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ । ଯଦିଓ କେହି ଗ୍ରାମବାସୀ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଚାହିଁବ ସେଥିପାଇଁ ପୂର୍ବରୁ ସେମାନଙ୍କୁ ମାଓବାଦୀଙ୍କ ଠାରୁ ପରାମର୍ଶ ନେବାକୁ ପଡିବ ।

ସ୍ଥାନୀୟ ଗ୍ରାମବାସୀମାନେ ମୋବାଇଲ୍ ଜରିଆରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହ କରି ସେମାନେ ଏଭଳି ଚେତାବନୀ ଜାରି କରିଛନ୍ତି ।

Leave A Reply

Your email address will not be published.