Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ମାନହାନି ମାମଲାରେ ଦଣ୍ଡ ଉପରେ ହାଇକୋର୍ଟଙ୍କ ରୋକ!

ଭୁବନେଶ୍ୱର: ମାନହାନୀ ମାମଲାରେ ରାହୁଲଙ୍କୁ ଆସ୍ୱସ୍ତି। ମୋଦି ସାଙ୍ଗିଆ ସଂପର୍କିତ ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ରାହୁଲଙ୍କୁ ସାମୟିକ ଆସ୍ୱସ୍ତି ମିଳିଛି।

ଝାଡ଼ଖଣ୍ଡ ହାଇକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ ଲଗାଇଛନ୍ତି। ଯାହାକୁ ନେଇ ଏବେ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା।

ଏ ସମ୍ପର୍କିତ ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ହେବ। ତେଣୁ ଏ ଖବର ରାହୁଲଙ୍କ ସମେତ କଂଗ୍ରେସକୁ ଆସ୍ୱସ୍ତି ଆଣି ଦେଇଥିବା କୁହାଯାଉଛି।

ମୋଦି ସାଙ୍ଗିଆ ପ୍ରସଙ୍ଗରେ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶର ବିଭିନ୍ନ କୋର୍ଟରେ ମାମଲା ରୁଜୁ କରାଯାଇଛି। ମାନହାନି ପ୍ରସଙ୍ଗକୁ ନେଇ ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅଭିଯୋଗ ଆଣିଥିବା ପ୍ରଦୀପ ମୋଦିଙ୍କୁ ଜବାବ ରଖିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ସେପଟେ ରାହୁଲ ଗାନ୍ଧୀଙ୍କୁ କୋର୍ଟରୁ ଆସ୍ୱସ୍ତି ମିଳିବା ସହ ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ସେପଟେ ଏ ପ୍ରସଙ୍ଗରେ ପୂର୍ବରୁ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ରାହୁଲ ତାଙ୍କ ସଦସ୍ୟ ପଦ ମଧ୍ୟ ହରାଇଛନ୍ତି।

ଏହି ଘଟଣାକୁ ନେଇ ରାଞ୍ଚିରେ ବିଜେପି ନେତା ପ୍ରଦୀପ ମୋଦି ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି ଏମପି ଏମଏଲଏ କୋର୍ଟରେ ହେଉଥିଲା।

କୋର୍ଟ ରାହୁଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। କୋର୍ଟଙ୍କ ଏହି ଫଇସଲାକୁ ରାହୁଲଙ୍କ ପକ୍ଷରୁ ଝାଡ଼ଖଣ୍ଡରେ ଚ୍ୟାଲେଞ୍ଜ କରାଯାଇଥିଲା। ଯାହାକୁ ନେଇ ହାଇକୋର୍ଟ ଶୁଣାଣି କରିଛନ୍ତି।

ତେଣୁ ରାହୁଲଙ୍କ ମାନହାନି ସମ୍ପର୍କିତ ପ୍ରସଙ୍ଗ କିଛି ଦିନ ଧରି ଥମି ଯାଇଥିବା ବେଳେ ପୁଣିଥରେ ଏ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଯାଇଛି। ଏପରିକି ରାହୁଲଙ୍କ ବିରୋଧରେ ଦଣ୍ଡାଦେଶକୁ ନେଇ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ଏକ ବାତାବରଣ ତିଆରି ହୋଇଥିଲା।

ଆଗକୁ ମଧ୍ୟ ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ଥିବାରୁ ପୁଣିଥରେ ଏ ପ୍ରସଙ୍ଗ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

Comments are closed.