ଝାରସୁ୍ଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ବିଜେଡି ପ୍ରାର୍ଥୀ ଘୋଷଣା କରି ଏକ ପ୍ରକାର ପ୍ରଚାର କାମ ଆରମ୍ଭ କରି ଦେଇଛି । ହେଲେ ପଛରେ ପଡିଛନ୍ତି ଦୁଇ ବିରୋଧୀ ଦଳ । ଦିନକ ପରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଆଜି ମିଡିଆକୁ ଏକ ସାକ୍ଷାତ ଦେଇ ସୁର ରାଉତରାୟ କହିଛନ୍ତି, ମଙ୍ଗଳବାର ଦିନ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ଆସନ ପାଇଁ ତିନି ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ନାମ ଉପରକୁ ଯାଇଛି । ଏଆଇସିସି ଯାହାକୁ ମନୋନୀତ କରିବ ସେ ପ୍ରାର୍ଥୀ ହେବ ବୋଲି କହିଛନ୍ତି ଶ୍ରୀ ରାଉତରାୟ ।
ଏହି ତିନି ଆଶାୟୀ ତାଲିକାରେ ରହଛନ୍ତି ହେମାନନ୍ଦ ବିଶ୍ୱାଳଙ୍କ ଝିଅ, ଅଶୋକ ମିଶ୍ର ଏବଂ ଅନ୍ୟଜଣେ ହେଉଛନ୍ତି ତରୁଣ ପାଣ୍ଡେ । ତରୁଣ ପାଣ୍ଡେଙ୍କ ବାପା ଥିଲେ ୩ ଥର ବିଧାୟକ । ତାଙ୍କ ସମୟରେ ଅନେକ ଉନ୍ନତିମୂଳକ କାମ ହୋଇଥିଲା । ହାଇସ୍କୁଲ, କଲେଜ, ଡାକ୍ତରଖାନା ପରି ଅନେକ ଉନ୍ନୟନ ମୂଳକ କାମ ସେ କରିଛନ୍ତି । ତେଣୁ ତରୁଣ ପାଣ୍ଡେଙ୍କୁ ଟିକେଟ ମିଳିବାର ସମ୍ଭାବନା ଅଧିକ ଥିବା କହିଛନ୍ତି ସୁର । ତରୁଣ ପାଣ୍ଡେଙ୍କ ସପକ୍ଷରେ ଜନମତ ବି ରହିଛି । ଯଦି ତାଙ୍କୁ ଟିକେଟ ମିଳେ ତେବେ ଝାରସୁଗୁଡାରେ କଂଗ୍ରେସ ଜିତିବ ବୋଲି ଦାବି କରିଛନ୍ତି ସୁର ।
ଅନ୍ୟପକ୍ଷେ ବିଜେଡି ଅପର୍ଯ୍ୟାପ୍ତ ଅର୍ଥ ପାଣି ପରି ବୁହାଉଛି । କଂଗ୍ରେସର ଅର୍ଥ ବଳ ନାହିଁ । ତେଣୁ ଏପରି ସ୍ଥିତିରେ ଦଳକୁ ଭଗବାନ ଭରସା ବୋଲି କହିଛନ୍ତି ଜଟଣୀ ବିଧାୟକ । ତଥାପି କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ ।
BREAKING NEWS
- ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
- ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ ପାଇଁ ଓଡ଼ିଶା-ଜାପାନ ମଧ୍ୟରେ MoU
- ଦୁଇଟି ସ୍ଥାନରେ ଚଢ଼ଉ; ୧୪୦ କେଜି ଗଞ୍ଜେଇ ଜବତ, ୫ ଗିରଫ
- ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍: ନଭେମ୍ବର ୧୨ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ଏକପ୍ରକାର ନିଶ୍ଚିତ
- IPLରେ ବଡ଼ ପରିବର୍ତ୍ତନ; ହୋଇପାରେ ୨ ଟିମ୍ ସାମିଲ, ଜାଣନ୍ତୁ ରେସରେ କେଉଁ ସହର…
- ଆସୁଛି ଆଉ ଏକ ଲଘୁଚାପ, ନଭେମ୍ୱର ୧୩ ବେଳକୁ…
- ଆର୍ଯ୍ୟବୀର ସେହ୍ୱାଗଙ୍କ ବିସ୍ଫୋରକ ୧୬୦ ରନ୍, ୟୁଏଇକୁ ହରାଇ ସେମିରେ ଭାରତ
- ‘ମାଓବାଦୀ ଶେଷ, ଏବେ ଦିମାଗୀ ନକ୍ସଲଙ୍କ ପାଳି’; ରାହୁଲ ଗାନ୍ଧୀଙ୍କ ବୟାନରେ କିରେନ ରିଜିଜୁଙ୍କ କଡ଼ା ଜବାବ
- ବର୍ଷା ଯୋଗୁଁ ଧୋଇଗଲା ତୃତୀୟ ଦିନିକିଆ: ଭାରତ ୨-୦ରେ ଅଗ୍ରଣୀ
- Boeing Job Cuts: ବୋଇଂର ବଡ ନିଷ୍ପତ୍ତି, ଉତ୍ପାଦନରେ ସମସ୍ୟା, ୫% କର୍ମଚରୀ ହେବେ ଛଟେଇ
Comments are closed.