Latest Odisha News

BREAKING NEWS

ରିଲ୍ସ କରି ବନ୍ଧା ହେଲେ ୮ ଜଣ; ହାତରେ ଛୁରି ଧରି ଭିଡ଼ିଓ…

ଝାରସୁଗୁଡ଼ା: ରିଲ୍ସ କରିବା ପଡ଼ିଲା ମହଙ୍ଗା । ୮ ଜଣଙ୍କୁ ବାନ୍ଧିଲା ଝାରସୁଗୁଡ଼ା ପୋଲିସ । ହାତରେ ଛୁରି ଧରି ‘ଝାରସୁଗୁଡ଼ାରେ ଖାଲି ଏମିତି ଚାଲେ’ କହି କରିଥିଲେ ରିଲ୍ସ । ଆଉ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ବଞ୍ଜାରୀ ଅଞ୍ଚଳର ଏହି ୮ ଯୁବକଙ୍କୁ ବାନ୍ଧିଛି ଝାରସୁଗୁଡ଼ା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ୩ ନାବାଳକ ।

ସୂଚନାଥାଉକି,ବଞ୍ଜାରୀ ଅଞ୍ଚଳର ଏହି ଯୁବକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମାଲା ରହିଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଝାରସୁଗୁଡ଼ା SP ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, ଯଦି କେହି ଏଭଳି ସାଧାରଣ ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରିବେ ତାହେଲେ ପୋଲିସ ହାତବାନ୍ଧି ବସିବ ନାହିଁ ।

 

Leave A Reply

Your email address will not be published.