Latest Odisha News

BREAKING NEWS

ଅସମ୍ଭାଳ ତାତି; ଦିନ ସାଢ଼େ ୧୧ ସୁଦ୍ଧା ୩୭ ଟପିଲା ଝାରସୁଗୁଡ଼ା ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସନ୍ତା ୨ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି। ଆଜି ଦିନ ସାଢ଼େ ୧୧ ସୁଦ୍ଧା ୩୭.୨ ଡିଗ୍ରୀ ଟପିଲା ଝାରସୁଗୁଡ଼ା ତାପମାତ୍ରା।

ସେଗିପରି ଗତକାଲି ଏହି ସମୟରେ ଝାରସୁଗୁଡ଼ା ୩୩.୬ ଡିଗ୍ରୀ ଥିଲା ତାତି। ଅନ୍ୟପଟେ ୩ ଦିନ ଧରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ଅସମ୍ଭାଳ ହେବ ତାତି। ୮ ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଏସବୁ ଜିଲା ଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼କୁ ଆଲର୍ଟ। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ ମଧ୍ୟ ଆଲର୍ଟ କରାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ।

ଅନ୍ୟପଟେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍‌ ୱେଭ୍‌ ନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା ଆଦି ୭ ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି ରହିବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର।

Comments are closed.