Latest Odisha News

BREAKING NEWS

ବଲିଉଡ ଅଭିନେତ୍ରୀ ଜିୟା ଖାନ ମୃତ୍ୟୁ ମାମଲାର ଶୁଣାଣି: ସୂରଜଙ୍କୁ ମିିଳିଲା ଆଶ୍ୱସ୍ତି

ମୁମ୍ବାଇ: ଆତ୍ମହତ୍ୟାର ୧୦ ବର୍ଷ ପରେ ହେଲା ବଲିଉଡ ଏକ୍ଟ୍ରିସ ଜିୟା ଖାନ ମାମଲାର ରାୟ ଶୁଣାଣି । ଏହି ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ସୁରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ  କରିଛନ୍ତ । କୋର୍ଟଙ୍କ ରାୟ ପରେ ଜିୟା ଖାନଙ୍କ ମା’ଙ୍କୁ ଲାଗିଛି ଝଟକା ।

୨୦୧୩ ଜୁନ ୩ ତାରିଖରେ ଜିୟା ଖାନଙ୍କ ମୃତ ଦେହ ତାଙ୍କ ଘରୁ ମିଳିଥିଲା । ଜିୟାଙ୍କ ମୃତ୍ୟୁ ସାରା ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଥିଲା । ୨୫ ବର୍ଷୀୟ ଜିୟା ଖାନା ଯେତେବେଳେ ତାଙ୍କ କ୍ୟାରିୟରର ପିକରେ ପହଞ୍ଚିଥିଲେ ଠିକ ସେତିକି ବେଳେ ଆତ୍ମହତ୍ୟା କରିଥିଲେ ।  ମାତ୍ର ୩ଟି ଫିଲ୍ମ କରି ସେ ସଫଳତାର ଶୀର୍ଷ ଛୁଇଁଥିଲେ । ବର୍ଷ ବର୍ଷ ଧରି ଅଭିନେତ୍ରୀମାନେ ଯାହା କରିପାରି ନ ଥିଲେ ତାହା ଖୁବ କମ ବର୍ଷରେ ହାସଲ କରି ପାରିଥିଲେ ।

ଜିୟା ଅମିତାଭଙ୍କ ସହ ଫିଲ୍ମ ନିଃଶବ୍ଦରେ ଡେବ୍ୟୁ କରିଥିଲେ । ପରେ ହାଉସଫୁଲ ଏବଂ ଗଜନୀରେ ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ହଠା୍ତ ଆସିଥିଲା ଜିୟାଙ୍କ ମୃତ୍ୟୁ ଖବର । ଝିଅର ମୃତ୍ୟୁ ପାଇଁ ଜିୟାଙ୍କ ମା’ ସୁରଜ ପାଞ୍ଚୋଲିଙ୍କୁ ଦାୟୀ କରିଥିଲେ । ଝିଆ ମୃ୍ତ୍ୟୁ ପାଇଁ ସୂରଜ ଦାୟୀ ବୋଲି ସେ କହିଥିଲେ । ସେ ତାଙ୍କ ଝିଅ ସହ ଡେଟ କରୁଥିଲେ । ସେ ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ ।

ଅନ୍ୟପକ୍ଷେ ସୂରଜ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିଲେ । ଅବଶ୍ୟ ପରେ ପୋଲିସକୁ ଜିୟାଙ୍କ ରୁମରୁ ୬ ପୃଷ୍ଠାର ଚିଠି ମିଳିଥିଲା । ଏଥିରେ ସେ ନିଜର ମନର କଥା ଖୋଲି ଲେଖିଥିଲେ । ସେ ଏଥିରେ ସୂରଜଙ୍କ ସହ ଡେଟ କରୁଥିଲେ ବୋଲି ଲେଖିଥିଲେ । ହେଲେ ସୂରଜ ତାଙ୍କ ହୃଦୟକୁ ଭାଙ୍ଗି ଦେଇଥିବା ତଥା ତାଙ୍କୁ କଷ୍ଟ ଦେଇଥିବା ମଧ୍ୟ ଉଲ୍ଲେଖ କରିଥିଲେ । ପୋଲିସ ସୂରଜଙ୍କୁ ଗିରଫ ମଧ୍ୟ କରିଥିଲା ।

ପରେ ବମ୍ବେ ହାଇକୋର୍ଟ ସୂରଜଙ୍କୁ ଜାମିନ ଦେଇଥିଲା । ହେଲ ଜିୟାଙ୍କ ମା’ ହାର ମାନି ନ ଥିଲେ । ରିୟାଙ୍କ ମା’ ପୁନର୍ବାର ଅଭିଯୋଗ କରିବା ପରେ ମାମଲା ସିବିଆଇ ପାଖକୁ ଯାଇଥିଲା । ଏ ନେଇ ପିଏମ ମୋଦିଙ୍କ ସହାୟତା ମାଗିଥିଲେ ଜିୟାଙ୍କ ମା’ ।

Comments are closed.