Latest Odisha News

BREAKING NEWS

ଜିନ୍ଦଲ ଷ୍ଟେନଲେସ୍ ଓ ସିଆଇଆଇ କ୍ରମକ୍ଷୟ ପରିଚାଳନା ଉପରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: କ୍ରମକ୍ଷୟକୁ ଦୂର କରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟେନଲେସ୍ ଆଜି କନଫେଡ଼େରେସନ୍ ଅଫ୍ ଇଣ୍ଡିଆ (ସିଆଇଆଇ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

ନୀତି ଆୟୋଗ ଓ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, କୁଳପତି ଡ଼ା. ଭି କେ ସାରସ୍ୱତ, ଇସ୍ପାତ ମନ୍ତ୍ରାଳୟ, ଭାରତ ସରକାରଙ୍କ ଅତିରିକ୍ତ ସଚିବ, ସୁଶ୍ରୀ ରୁଚିକା ଗୋବିଲ, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟେନଲେସ୍‌, ଅଭ୍ୟୁଦୟ ଜିନ୍ଦଲ ଏବଂ ସିଆଇଆଇ-କୋରୋସନ ମ୍ୟାନେଜମେଂଟ କମିଟିର ଅଧ୍ୟକ୍ଷ ଡ଼ା କାମଚି ମୁଦାଲିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ ବିଜୟ ଶର୍ମା ଏବଂ କନଫେଡ଼େରେସନ୍ ଅଫ୍ ଇଣ୍ଡିଆର ନିର୍ବାହୀ ନିର୍ଦ୍ଦେଶକ ଓ ହେଡ଼୍‌, ସିଆଇଆଇ – ସେଂଟର ଅଫ୍ ଏକ୍ସଲେନ୍‌ସ ଫର୍ କମ୍ପିଟେଟିଭ୍‌ନେସ୍‌, ପିକେନ୍ଦର ପଲ୍ ସିଂହଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ଏହି ଓଏମୟୁ ପାଇଁ ଜିନ୍ଦଲ ଷ୍ଟେନଲେସସ୍ ୨ କୋଟି ରୁ ଅଧିକ ପ୍ରାରମ୍ଭିକ କର୍ପସ ସ୍ଥିର କରାଯାଇଛି ।

ଏହି ଏମଓୟୁ ର ପ୍ରାଥମିକ ଧ୍ୟାନ ହେଉଛି ସରକାରୀ ସଂସ୍ଥା ଓ ଶିକ୍ଷାନୁଷ୍ଠାନ, ପରାମର୍ଶଦାତାଙ୍କ ସହଯୋଗରେ ତାଲିମ, ଦକ୍ଷତା ନିର୍ମାଣ, ଏବଂ କୌଶଳ ବିକାଶ ; ଯେଉଁଥିରେ ଅନ୍ତର୍ଭୁକ୍ତ କରାଯିବ ବୈଷୟିକ ବ୍ୟବଧାନର ଆକଳନ, ଭିତିଭୂମିର ସର୍ବେକ୍ଷଣ ଓ ବିଶ୍ଲେଷଣ ସହିତ ପ୍ରକଳ୍ପ ଏବଂ ଗବେଷଣା, ଏବଂ ଶେଷରେ ହିତାଧିକାରୀଙ୍କ ନିୟୋଜନ ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ।

ଏହି ପଦକ୍ଷେପକୁ ପ୍ରଶଂସା କରି ଜିନ୍ଦଲ ଷ୍ଟେନଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, କ୍ରମକ୍ଷୟ ଆମ ଜୀବନର ସମସ୍ତ ବର୍ଗକୁ ପ୍ରଭାବିତ କରିଥାଏ; ଭିତିଭୂମି ନିରାପତା ଏବଂ ପୁଞ୍ଜି ବିନିଯୋଗର କ୍ଷତି ଠାରୁ ଆରମ୍ଭ କରି ଅପରିଷ୍କାର ଓ ପ୍ରଦୂଷଣ ପର୍ଯ୍ୟନ୍ତ । ଆକଳନ ଅନୁଯାୟୀ, ପ୍ରତିବର୍ଷ କ୍ରମକ୍ଷୟ ଭାରତର ଜିଡ଼ିପିର ପ୍ରାୟ ୪% ଖର୍ଚ୍ଚ କରିଥାଏ । କ୍ଷୟ ଦ୍ୱାରା ପ୍ରଭାବିତ ସମ୍ପତିର ରକ୍ଷଣାବେକ୍ଷଣ ଏବଂ ସ୍ଥାନାନ୍ତରଣ ଆମ ଅର୍ଥନୀତିର ଅଭିବୃଦ୍ଧିରେ ପ୍ରମୁଖ ପ୍ରତିବନ୍ଧକ ଅଟେ ।

ଏହାର ଆରମ୍ଭରୁ ଜିନ୍ଦଲ ଷ୍ଟେନଲେସ୍ ଆମର ହିତାଧିକାରୀ, ଗଠନକାରୀ ଓ ଅନ୍ୟାନ୍ୟ ଶିଳ୍ପକୁ ସମ୍ବେଦନଶୀଳ କରିବା ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସ୍ତମ୍ଭ ତଥା ପ୍ରମୁଖ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପର୍ଯ୍ୟନ୍ତ ବିଭିନ୍ନ କ୍ଷମତାରେ ଏହି କାର୍ଯ୍ୟ କରିଆସୁଛନ୍ତି । ସିଆଇଆଇ ସହିତ ଏହି ସହଭାଗିତା ଆମର ମୂଳ ଉଦ୍ଦେଶ୍ୟ ପ୍ରତି ଏକ ପ୍ରାକୃତିକ ସହଭାଗିତା ଅଟେ ।

କ୍ରମକ୍ଷୟର ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ କାମାଚି ମୁଦାଲି କହିଲେ, କ୍ରମକ୍ଷୟ ସୁରକ୍ଷା ପଦକ୍ଷେପକୁ ପ୍ରୟୋଗ କରି ଆମେ ସର୍ବନିମ୍ନ ୨୫% କ୍ରମକ୍ଷୟ ସମ୍ବନ୍ଧ୍ଖଚ୍ଛ କ୍ଷତିକୁ ରୋକିପାରିବା, ଯାହା ଭାରତରେ ୩ ଲକ୍ଷ କୋଟି ଟଙ୍କା ଅଟେ । ଡ଼ା. ଭି କେ ସାରସ୍ୱତ ଡ଼ିଆରଡ଼ିଓ ଓ ଅନ୍ୟାନ୍ୟ ପୂର୍ବ ଅଭିଜ୍ଞତାଗୁଡ଼ିକର ଉଦାହରଣ ଦେଇ କହିଲେ, ପ୍ରକୃତ ସମୟ ପରିବେଶରେ କ୍ଷୟ ଆକଳନ କରିବାରେ ଆମକୁ ଉଚ୍ଚ ବିଶ୍ୱସ୍ତତା ମଡ଼େଲ ଆବଶ୍ୟକ, ଯାହାଦ୍ୱାରା ଆମେ କ୍ରମକ୍ଷୟରୁ ପ୍ରଗତିଶୀଳ ଆଡ଼କୁ ଯାଇପାରିବା । କ୍ରମକ୍ଷୟର ଯୁଦ୍ଧ ଉପରେ ନିଜର ଖୁସି ବ୍ୟକ୍ତି କରି ରୁଚିକା ଗୋବିଲ କହିଛନ୍ତି, ମୁଁ ବହୁତ ଖୁସି ଯେ କ୍ରମକ୍ଷୟ ସମସ୍ୟା ସମାଧାନ ପାଇଁ ଆମେ ଏକାଠି ହୋଇଛୁ । ଇସ୍ପାତ ମନ୍ତ୍ରାଳୟ ଏହା ବିରୁଦ୍ଧରେ ଆଲୋଚନାରେ ଜଡ଼ିତ ହେବା ଜରୁରୁ ଅଟେ ।

ଏହି ଏମଓୟୁ ଅନ୍ତର୍ଗତ କେତେକ ପଦକ୍ଷେପ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର ଏବଂ ଏହାର ପ୍ରୟୋଗ ପାଇଁ ନିର୍ଦ୍ଧାରିତ ନୀତିର ଉନ୍ନତି ପାଇଁ ପରାମର୍ଶ ଦେବା ଏବଂ ଭାରତ ତଥା ବିଦେଶରେ କ୍ରମକ୍ଷୟର ପରିଚାଳନା କାର୍ଯ୍ୟକୁ ମାପିବା, କ୍ରମକ୍ଷୟ ପରିଚାଳନା ପାଇଁ ବୈଷୟିକୀକୁ ପ୍ରୋତ୍ସାହିତ କରିବା, ଶିଳ୍ପ କ୍ଷେତ୍ରରେ ଥିବା ପେଷାଦାରମାନଙ୍କ ପାଇଁ ସ୍ପଳ୍ପ କାଳୀନ ଏବଂ ଦୀର୍ଘକାଳୀନ ପାଠ୍ୟକ୍ରମ ପ୍ରଦାନ କରିବା ଆବଶ୍ୟକ ।

ସିଆଇଆଇର କରୋସନ ମ୍ୟାନେଜମେଂଟ ଡ଼ିଭିଜନ (ସିଏମଡ଼ି) ଦେଶରେ କ୍ରମକ୍ଷୟ ପରିଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୋଡ଼ାଲ ଏଜେନ୍‌ସୀ ଭାବରେ କାର୍ଯ୍ୟ କରିବ । ବୁଝାମଣାପତ୍ର ଅଧୀନରେ ଥିବା ସମସ୍ତ ପଦକ୍ଷେପ ସିଏମଡ଼ି ମାଧ୍ୟମରେ କାର୍ଯ୍ୟକାରୀ ହେବ, ଯାହାକି ତିନି ବର୍ଷ ପରେ କ୍ରମକ୍ଷୟ ପରିଚାଳନା ଉପରେ ଏକ ସିଆଇଆଇ ସେଂଟର ଅଫ୍ ଏକ୍ସଲେନ୍‌ସ ପ୍ରତିଷ୍ଠା ଲକ୍ଷ୍ୟରେ ଏହାର ଉନ୍ନତିରେ ସହାୟକ ହେବ ।

ଜିନ୍ଦଲ ଷ୍ଟେନଲେସ୍ ପରାମର୍ଶଦାତା ପରିଷଦ, ସିଏମଡ଼ି ଏବଂ ମୂଳ ଗୋଷ୍ଠୀରେ ପ୍ରତିନିଧିତ୍ୱ ମାଧ୍ୟମରେ ଆର୍ଥିକ ସହାୟତା, ମାର୍ଗଦର୍ଶନ ଏବଂ ନେତୃତ୍ୱ ସହାୟତା ପ୍ରଦାନ କରିବ । କ୍ଷତିକାରକ ପଦାର୍ଥର ପ୍ରୋତ୍ସାହନ ସରକାରୀ ଏବଂ ବେସରକାରୀ ଭିତିଭୂମିର ନିରାପତା ଏବଂ ନିର୍ଭରଯୋଗ୍ୟତାକୁ ଆହୁରି ବୃଦ୍ଧି କରିବ । ଏକାଡ଼େମିକ ସହଯୋଗ ମାଧ୍ୟମରେ, ଉଭୟ ପକ୍ଷ ଦକ୍ଷତା ବିକାଶ ପାଠ୍ୟକ୍ରମ ଏବଂ କ୍ରମକ୍ଷୟ ସମ୍ବନ୍ଧିତ ଆରଆଣ୍ଡଡ଼ି ବିକାଶ କରିବ । ଅନୁମାନ କରାଯାଏଯେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରି ୨୫-୩୦% କ୍ରମକ୍ଷୟକୁ ରୋକାଯାଇପାରିବ ଏବଂ ଉପକରଣର ଜୀବନକୁ ୨୫୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

Leave A Reply

Your email address will not be published.